*ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ଚାଷୀଙ୍କ ସହ ମିଳିତ ରୂପେ ଶ୍ରୀଆର୍ଣ୍ଣ ରୁଆ କରି ଚାଷୀଙ୍କ ଉତ୍ସାହିତ କଲେ* ନୂଆପଡା(ମିଖାଏଲ ନନ୍ଦ) ତା:୨୧/୦୮.
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅନ୍ନ ଅଭିଯାନ ନେଇ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଅନ୍ତର୍ଗତ ନୂଆପଡା ବ୍ଲକରେ ମାଣ୍ଡିଆ, ଗୁର୍ଜି, କୋ୍ଦୋ, ବାଜରା ଚାଷ କୁ ବୁଲି ଦେଖିଥିଲେ।
ଚାଷୀ ଙ୍କୁ ଉତ୍ସାହିତ କରିବା ପାଇଁ ଅଧିକାରୀ ନିଜେ ମାଣ୍ଡିଆ ରୋଇ ଥିଲେ। କୃଷି ଅଧିକାରୀଙ୍କ ସହିତ ଆତ୍ମା ର ଡ଼ି ପି ଡ଼ି, ଶ୍ରୀ ଅନ୍ନ ଅଭିଯାନ ର ଯୋଜନା ଅଧିକାରୀ ଏବଂ ଶ୍ରୀ ଅନ୍ନ ଅଭିଯାନ ର ଜିଲ୍ଲା ଟିମ ଉପସ୍ଥିତ ରହିଥିଲେ। ଶ୍ରୀ ଅର୍ଣ୍ଣ ଚାଷ ଭାରତୀୟ କ୍ଷୁଦ୍ର ଶସ୍ୟ ର ପୁନରୁଦ୍ଧାର ଏକ ଜ୍ଵଳନ୍ତା ଉଦାହରଣ ଅଟେ। ଚାଷୀମାନେ ଏହାର ଉତ୍ପାଦନ ବୃଦ୍ଧି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଏହାର ବ୍ୟବହାର ବୃଦ୍ଧି ହେବ। ପୁଷ୍ଟିକର ଖାଦ୍ୟ ଶସ୍ୟ ଉପରେ ଆଧୁନିକ ସଭ୍ୟତାର ଯୁବ ପିଢ଼ି ସଚେତନ ହୋଇ ଖାଦ୍ୟ ପରମ୍ପରା ରେ ଦେଉଥିବା ଆଧୁନିକ ଚାପ ଉପରେ ନିୟନ୍ତ୍ରଣ ହେବ।
