ଗୁରୂଜାଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ ।
ତାଳଚେର: ପୂଜ୍ୟ ସ୍ବାମୀ ବେଦାନ୍ତ କେଶରୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପବିତ୍ର ଜନ୍ମସ୍ଥାନ ଗୁରୂଜାଙ୍ଗ ଗ୍ରାମରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଭବ୍ୟ ସ୍ଵାଗତ ଜଣା ପଡ଼ିଛି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗୁରୂଜାଙ୍ଗ ଗସ୍ତ ଅବସରରେ ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତିଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଦଳୀୟ କର୍ମ କର୍ତ୍ତା ଓ ବହୁ ସଂଖ୍ୟକ ଅଞ୍ଚଳ ବାସୀ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ ।ଏହାକୁ ନେଇ ଗ୍ରାମରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପବିତ୍ର ଜନ୍ମ ମାଟିରେ ମୁଖ୍ୟ ମନ୍ତ୍ରୀଙ୍କ ଆଗମନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି ଅବସର ରେ ଅଞ୍ଚଳର ବିକାଶ ଜନ ସାଧାରଣଙ୍କ ସମସ୍ୟା ଓ ବିଭିନ୍ନ ଜନ କଲ୍ୟାଣ ମୂଳକ ଆଶା ଆକାଂକ୍ଷା ସମ୍ପର୍କ ରେ ମୁଖ୍ୟ ମନ୍ତ୍ରୀଙ୍କ ନିକଟରେ ଅବଗତ କରା ଯାଇଥିଲା ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
