*କୋମନା ବ୍ଲକ ଶୁକ୍ଲିମୁଣ୍ଡି ସ୍କୁଲରେ ତିଥି ଭୋଜନ; ମାନସିକ ରଖି ପିଲାଙ୍କୁ ଅନ୍ନଦାନ କଲେ ମହିଳା*
ନୂଆପଡା(ମିଖାଏଲ ନନ୍ଦ) ତା:୨୧.୦୮.
ନୂଆପଡ଼ା ଜିଲ୍ଲା କୋମନା – ସରକାରଙ୍କ ନୂଆଁ ଯୋଜନା କୌଣସି ବି ଲୋକ ବିଦ୍ୟାଳୟରେ ପିଲାଙ୍କୁ ତିଥି ଭୋଜନ ଦେଇ ପାରିବେ l ସେଦିନ ପିଲାଙ୍କ ମେନ୍ୟୁରେ ଥିବା ଭୋଜନ ସହ ଅନ୍ୟ ଭୋଜନ ପିଲାଙ୍କୁ ଦେଇ ପାରିବେ l ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଶୁକ୍ଲିମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରମିଳା ଶବର ନାମକ ଜଣେ ମାନସିକଧାରୀ ୨୮୨ ଜଣ ପିଲା, ଅଭିଭାବକ ଓ ଗାଁର କିଛି ଭଦ୍ର ବ୍ୟକ୍ତିଙ୍କୁ ତିଥି ଭୋଜନ ବ୍ୟବସ୍ଥା କରିଥିଲେ l ଶ୍ରାବଣ ମାସରେ ପିଲାଙ୍କୁ ତିଥି ଭୋଜନ ଦେଇ ଆତ୍ମ ସନ୍ତୋଷ ଲାଭ କରିଥିବା ସେ କହିଛନ୍ତି l
