ଅଗ୍ରସେନ ଜୟନ୍ତୀ ପାଳନ ନିମନ୍ତେ ମାରୱାଡ଼ି ପଞ୍ଚାୟତର ଏକ ସାଧାରଣ ସଭା ଅନୁଷ୍ଠିତ
(ରମେଶ ଅଗ୍ରୱାଲ.:ନିପ୍ର)
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଗ୍ରସେନ ଜୟନ୍ତୀ ପାଳନ ନିମନ୍ତେ ଗତକାଲି ମାରୱାଡ଼ି ପଞ୍ଚାୟତର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଶ୍ରୀ ମନୋଜ ଶର୍ମାଙ୍କୁ ଅଗ୍ରସେନ ଜୟନ୍ତୀ ମହୋତ୍ସବର ସଭାପତି ଏବଂ ଶ୍ରୀ ଶୈଳେଶ କୁମାର ସେଠଙ୍କୁ ସମ୍ପାଦକ ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା।
ଏହି ସଭାରେ ମାରୱାଡ଼ି ମହିଳା ସମିତି, ମାରୱାଡ଼ି ଯୁବା ମଞ୍ଚ ଏବଂ ଜାଗୃତି ଶାଖାର ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ। ସମସ୍ତେ ସର୍ବସମ୍ମତିକ୍ରମେ ଏହି ମହୋତ୍ସବକୁ ଭବ୍ୟ ଓ ସଫଳ କରିବା ପାଇଁ ପୂର୍ଣ୍ଣ ନିଷ୍ଠା ଓ ଏକତାର ସହିତ ପ୍ରୟାସ କରିବାକୁ ନିଷ୍ପତ୍ତି ନେଇଥିଲେ।
