**ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର ମିଳିତ ପ୍ରୟାସ: ସିନାପାଲି କଲେଜରେ ଷ୍ଟାର୍ଟଅପ୍ ସଚେତନତା ଶିବିର ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ) ତା:୨୧.୦୮.
ନୂଆପଡ଼ା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ପରିସର ମଧ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ଏମ୍ ଏସ ଏମ ଇ ବିଭାଗ ଓଡ଼ିଶା ସରକାର ମିଳିତ ଆନୁକୂଲ୍ୟରେ ସଚେତନ ଓ ଷ୍ଟାର୍ଟ ଅଫ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ସିନାପାଲି ବିଡିଓ କାର୍ମି ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବ ଗୋଷ୍ଠୀ ଙ୍କ ହାତରେ ନୂତନ ଉଦ୍ଭାବନ ସୁଯୋଗ ସୃଷ୍ଟି କରିବା ଦ୍ୱାରା ବିକଶିତ ଭାରତ ଗଠନ ସଂକଳ୍ପ ସାଧିତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଯୁବ ବର୍ଗଙ୍କ କ୍ଷୁଦ୍ର, ମାଧ୍ୟମ, ଅଣୁ ଶିଳ୍ପ ରେ କର୍ମ ସଂସ୍ଥାନ ରେ ଆତ୍ମ ନିର୍ଭରଶୀଳ ହେବା ରେ ଏକ ସହଯୋଗ କରିବା ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିଳ୍ପ ମହାପ୍ରବନ୍ଧକ ସମୀର ମୁଦୁଲି, ଉପାଧ୍ୟକ୍ଷା ମୀନା ଘିବେଲା, ଡିଗ୍ରୀ କଲେଜ ରଜନୀକାନ୍ତ ମେହେର, ଅଧ୍ୟାପକ କ୍ଷେତ୍ରମୋହନ ଦୁରିଆ ପ୍ରମୁଖ ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀମାନେ ସାମିଲ ହୋଇଥିଲେ।
