ଅବକାରୀ ଥାନା ଦ୍ୱାରା ଦେଶୀ ମଦ ଜବତ, ୪ ଜଣ ଗିରଫ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୫୦ ଲିଟର ରୁ ଅଧିକ ଦେଶୀ ମଦ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ସୋର ଅବକାରୀ ବିଭାଗ। ସୋର ଅବକାରୀ ଥାନା ଭାରପ୍ରାପ୍ତ ଅଧୂକାରିଣୀ ଅନିତା ସାହୁ, ସହ ଉପ ନିରୀକ୍ଷକ ବସନ୍ତ କୁମାର ବାରିକ ଏବଂ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ, ସୋର ଥାନା ଅନ୍ତର୍ଗତ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ତଳନଗର ଅଞ୍ଚଳର ପିତାମ୍ବର ମାଝୀଙ୍କ ନିକଟରୁ ୧୫ ଲିଟର, ସାବିତ୍ରୀ ପଣ୍ଡାଙ୍କ ନିକଟରୁ ୧୫ ଲିଟର, ପାଖର ପଞ୍ଚାୟତ ପାଖର ଗ୍ରାମର ସବିତା ବିଶ୍ବାଳଙ୍କ ନିକଟରୁ ୧୨ ଲିଟର, ଅଇଁରୀ ଗ୍ରାମର କନକଲତା ମଲିକଙ୍କ ନିକଟରୁ ୧୦ ଲିଟର ଲେଖାଏଁ ଦେଶୀ ମଦ ମୋଟ ୫୨ ଲିଟର ଜବତ କରିଥିଲେ। ଗିରଫ ସମସ୍ତ ୪ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରିଛନ୍ତି।
