*ସ୍ୱାଧୀନତା ଦିବସରେ AIM International Schoolର ଭବ୍ୟ ଆୟୋଜନ*
ବ୍ରହ୍ମପୁର :୧୫/୦୮/୨୦୨୬:ଦେଶପ୍ରେମ, ଉତ୍ସାହ ଓ ଗର୍ବର ପରିବେଶ ମଧ୍ୟରେ AIM ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରିସରରେ ୮୦ତମ ସ୍ୱାଧୀନତା ଦିବସ ଭବ୍ୟ ଭାବେ ପାଳିତ ହୋଇଥିଲା।
ଏହି ଗୌରବମୟ ଅବସରରେ ସେଣ୍ଟ୍ ଜାଭିୟର୍ସ ସ୍କୁଲ୍ର ଅଧ୍ୟକ୍ଷା ତଥା ମୁଖ୍ୟ ଅତିଥି ଉଷାରାଣୀ ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତ୍ରିରଙ୍ଗା ଆକାଶରେ ଫରଫର ହେବା ସହ ସମଗ୍ର ବିଦ୍ୟାଳୟ ପରିସର “ଜୟ ହିନ୍ଦ” ଓ “ଭାରତ ମାତା କି ଜୟ” ଧ୍ୱନିରେ ମୁଖରିତ ହୋଇଉଠିଥିଲା। ପରେ ସମସ୍ତେ ଏକସ୍ୱରରେ ଜାତୀୟ ସଙ୍ଗୀତ ଗାନ କରି ଦେଶ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ।ଏହି ଅବସରରେ ଚେମ୍ବର ଅଫ୍ କମର୍ସର ଉପାଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ଏବଂ ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ତଥା ଲାୟନ୍ସ କ୍ଲବ୍ର ସଭାପତି ଲକ୍ଷ୍ମୀକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଲତାଫ୍ ଖାନ୍, ସଭାପତି ଡ. ଫଜଲିନ୍ ଖାନମ୍ ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷା ରୁକସାନା ପରବୀନ୍ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଆହୁରି ଗୌରବମୟ ହୋଇଥିଲା।ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟରେ ଆୟୋଜିତ ଦେଶଭକ୍ତିମୂଳକ ଭାଷଣ, ସଙ୍ଗୀତ, ନୃତ୍ୟ, ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଆରାଫ୍, ଫିର୍ଦୌସ୍, ନସରତ, ୟାମିନୀ,ଆରୁଷୀ ଇତ୍ୟାଦି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।ଛାତ୍ରଛାତ୍ରୀମାନଙ୍କ ମନୋମୁଗ୍ଧକର ଦେଶଭକ୍ତିମୂଳକ ଭାଷଣ, ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ ପରିବେଷଣ ଉପସ୍ଥିତ ଅତିଥି, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମନ ଜିଣିଥିଲା।
