ସେବକପୁର ପର୍ଶୁରାମ ସ୍ନାତକ ମହାବିଦ୍ୟାଳୟରେ ୮୦ ତମ ସ୍ବାଧନତା ଦିବସ ପାଳନ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ସ୍ନାତକ ମହାବିଦ୍ୟାଳୟରେ ୮୦ ତମ ସ୍ବାଧନତା ଦିବସ ଶନିବାର ଦିନ ପାଳନ ହୋଯାଇଛି | ଏହି ଅବସରରେ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ବ୍ଲକ୍ ଟପ୍ପର ରଖିଥିବା ନାରାୟଣପୁର ଗ୍ରାମର ସିଲା ମହାନ୍ତିଙ୍କୁ ଓ କୁଜାସିଂ ଗ୍ରାମର କଲ୍ୟାଣୀ ଦେବୀ ଡିଗ୍ରୀ ପରୀକ୍ଷାରେ କଲେଜ ଟପ୍ପର ହୋଇଥିବା ନେଇ ଆମ୍ମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କଲେଜ ପରିସରରେ ପୂର୍ବତନ ଅଧ୍ୟାପକ ସର୍ଗତ କେ ପ୍ରସାଦଙ୍କ ନାମରେ ଦୁଇ ଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା। ଯୁକ୍ତଦୁଇ ଟପ୍ପର ଶିଲା ମହାନ୍ତିଙ୍କୁ କଲେଜ ପକ୍ଷରୁ ଯୁକ୍ତ ତିନିରେ ମାଗଣା ଶିକ୍ଷା ଯୋଗାଇଥିବା ନେଇ ସମ୍ପାଦକ ଏସ ପ୍ରଭାକର ରାଓ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ କୁମାର ବିଷୋୟୀ, ଆଇନଜୀବୀ ରାମପ୍ରସାଦ ମହାନ୍ତି,ଏବଂ କଲେଜର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ହୋଇଥିଲେ।
