ଲାୟନ୍ସ ଜିଲ୍ଲା ୩୨୨ସି ୫ ର ସଂସ୍ଥାପନ ଦିବସ ଆୟୋଜିତ
———————————
ବ୍ରହ୍ମପୁର -ଅଗଷ୍ଟ ୮ ଓ ୯ ତାରିଖ ଦୁଇଦିନ ଧରି ଗୋପାଳପୁର ହୋଟେଲ ମେ ଫେୟାର ଠାରେ ଲାୟନ୍ସ ଜିଲ୍ଲା ୩୨୨ସି ୫ ର ସଂସ୍ଥାପନ ଦିବସ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ପ୍ରଥମ ଦିବସ ରେ ବହୁ ଜିଲ୍ଲାର ସମସ୍ତ କ୍ଲବ୍ ମେମ୍ବର, କ୍ୟାବିନେଟ ମେମ୍ବର ଭିଡିଜି, ପିଡିଜି ମାନଙ୍କ ଉପସ୍ଥିତିରେ ସୁଦୂର ମୁମ୍ବାଇ ରୁ ଆସିଥିବା ଟ୍ରେନର ଆନନ୍ଦ ମେହେଟା ଏବଂ ଡି ଆରତୀ ବିଘ୍ନେଶ ବିଭିନ୍ନ କୌଶଳ ମାଧ୍ୟମରେ ଉଚ୍ଚ କୋଟିର ଟ୍ରେନିଂ ଦେଇଥିଲେ। ପରେ ପୂର୍ବତନ ଇଣ୍ଟର ନ୍ୟାସନାଲ ନିର୍ଦ୍ଦେଶକ ଅରୁଣା ଅଭୟ ଓସୱାଲ ଜିଲ୍ଲା ଗଭର୍ଣ୍ଣର ବିକାଶ ନାୟକ, ଭିଡିଜି -୨ ଅକ୍ଷୟ ମହାନ୍ତି, ଭିଡିଜି-୧ ଅଶୋକ କୁମାର ମହାନ୍ତି, କ୍ୟାବିନେଟ ସେକ୍ରେଟାରୀ ଦୀପକ୍ କୁମାର ଚୌଧୁରୀ, ଡେପୁଟି କ୍ୟାବିନେଟ ସେକ୍ରେଟାରୀ ଶର୍ମିଷ୍ଠା ଦାସ, କୋଷାଧ୍ୟକ୍ଷ ଶୁଭକାନ୍ତ ଦାସ, ବାବ୍ଲି ଗୁପ୍ତା, ପିଆରଓ ଇନ୍ଦିରା ନାୟକ, ଡେପୁଟୀ ପିଆରଓ ଗିରିଜା ମିଶ୍ର, ହନରାରୀ କମିଟି ଚେୟାରପର୍ସନ ପ୍ରଭାତ ମହାନ୍ତି, ମେଣ୍ଟର ପ୍ରକାଶ ଜେନା, କମିଟି କୋଡ଼ିନେଟର ପ୍ରଲୁଦ୍ଧ ଜେନା, ଏଲସି ଆଇ ଏଫ୍ସ କୋଡ଼ିନେଟର ମମତା ଦାଶ, ଶରତ ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ କୁମାର ସାମଲ, ଆରସି, ଜେଡସି ଏବଂ ସମସ୍ତ ଜିଲ୍ଲାର ପଦାଧିକାରୀ ମାନଙ୍କୁ ଶପଥପାଠ କରାଇବା ସହିତ ୧୦ ଜଣଙ୍କୁ ଏମ୍ ଜେ ଏଫ୍ କରାଇଥିଲେ। ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ଅତ୍ୟନ୍ତ ମନମୁଗ୍ଧ କରିଥିଲା।ଅନ୍ତିମ ଦିବସରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବର୍ଷ ସାରା ସମସ୍ତ କ୍ୟାଲେଣ୍ଡର ଏବଂ ବଜେଟ୍ ପାସ୍ କରାଯାଇଥିଲା। ଏହା ପରେ ପରେ ଗତ ୨୦୨୫/୨୬ ବର୍ଷ ର ଜିଲ୍ଲା ଗଭର୍ଣ୍ଣର ଙ୍କର ଆୱାର୍ଡ କାର୍ଯ୍ୟକ୍ରମ ସଙ୍ଗୀତ ସହିତ ବଡ ଧୁମ୍ ଧାମ ରେ ଅନୁଷ୍ଠିତ ହେଇଥିଲା। ବର୍ଷ ସାରା ଯେଉଁମାନେ ଲାୟନ୍ସ କ୍ଲବ ପାଇଁ ଜନସାଧାରଣ ମାନଙ୍କ ପାଇଁ, ସମାଜ ପାଇଁ କାର୍ଯ୍ୟ କରିଆସିଛନ୍ତି, ସେମାନଙ୍କୁ ୨୦୨୫/୨୬ ର ଜିଲ୍ଲା ଗଭର୍ଣ୍ଣର ମମତା ଦାଶ ଟ୍ରଫି ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି ଦୁଇଦିନ ଧରି ଚାଲିଥିବା ଲାୟନ୍ସ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ,୩୦୦ ରୁ ଉର୍ଦ୍ଧ ମେମ୍ବର ମାନେ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।
