*ନୂଆପଡ଼ା ଜିଲ୍ଲା ଖଡ଼ିଆଳ, ବୋଡ଼େନ ଏବଂ ସିନାପାଲି ବ୍ଲକ ବିଭିନ୍ନ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ମାଧବ ହାତୀ ଆଜି ୫୩ ବର୍ଷ ବୟସ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ* ନୂଆପଡା(ମିଖାଏଲ ନନ୍ଦ) ତା:୦୭.୦୮.
ଖଡ଼ିଆଳ, ବୋଡ଼େନ ଏବଂ ସିନାପାଲି ବ୍ଲକ ବିଭିନ୍ନ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ମାଧବ ହାତୀ ଆଜି ୫୩ ବର୍ଷ ବୟସ ରେ ମୃତ୍ୟୁ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ। ମାଧବ ହାତୀ ଦୀର୍ଘ ଦିନ ରୁ କିଡନୀ ରୋଗ ରେ ପୀଡିତ ଥିବା ବେଳେ ତାଙ୍କ କିଡନୀ ଟ୍ରନସପ୍ଲାଣ୍ଟ ହୋଇଥିଲା। ତାଙ୍କ ସ୍ତ୍ରୀ ତାଙ୍କୁ ଏକ କିଡନୀ ଦେଇଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସମସ୍ୟା ଥିବା ଯୋଗୁ ବିଶାଖାପାଟଣା ରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଚିକିତ୍ସା ପାଇଁ ଯାଇଥିବା ହେଲେ ହୃଦଘାତ ହୋଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖଡ଼ିଆଳ ବ୍ଲକ ରାନିମୁଣ୍ଡା ଗ୍ରାମର ନିବାସୀ ରୂପେ ଥିବା ବେଳେ ତାଙ୍କ ଗ୍ରାମର ଗର୍ବ ଓ ଗୌରବ ବୋଲି ପ୍ରକାଶ କରିଛନ୍ତି। ଆଜି ତାଙ୍କ ଗ୍ରାମରେ ଶେଷକୃତ୍ୟ ଅନୁଷ୍ଠିତ ହେବ।
