*ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷ ରୁ ୪ଦଫା ଦାବୀ ପୂରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବୀପତ୍ର
ନୂଆପଡା(ମିଖାଏଲ ନନ୍ଦ) ତା:୦୭/୦୮.
ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ବାନରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ନୂଆପଡ଼ା ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ କରିବା ସହିତ ଧାରଣାରେ ବସିଥିଲେ ପ୍ରଥମେ ଶତାଧିକ ଶିକ୍ଷକ ଓ କର୍ମଚାରୀ ଏକ ରାଲି ରେ ଆସି ଅଫିସ ସମ୍ମୁଖରେ ଏକ ପ୍ରତିବାଦ ସଭା କରିଥିଲେ l ଜିଲ୍ଲା ସଭାପତି ବନ ବିହାରୀ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମନ୍ୱୟ ସମିତିର ଜିଲ୍ଲା ଆବାହକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀ ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉଭୟ ଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ କରିଥିଲେ l ଯୋଗ୍ୟ ବିବେଚିତ ୧୯୪ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କୁ ଚାକିରୀ ସର୍ତ୍ତାବଳୀ ଓ ପେନସନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କ ସରକାରି ଘୋଷଣା , ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କ ନିୟମିତ ପୂର୍ବ ୬ ବର୍ଷ ଚାକିରୀ କାଲ କୁ ମୂଲ ଚାକିରୀ ରେ ଗଣନା କରିବା, ଅବସର ବୟସ ସୀମା ବୃଦ୍ଧି।
