*ବିଜେପିର ସମରସ ସଂକଳ୍ପ ଅଭିଯାନ: କୋମନାରେ ପାଳିତ ହେଲା ୬୫୦ ତମ ଗୁରୁ ରବିଦାସ ଜୟନ୍ତୀ*
ନୂଆପଡା(ମିଖାଏଲ ନନ୍ଦ) ତା:୦୩.୦୮.
ନୂଆପଡ଼ା ଜିଲ୍ଲା କୋମନା କଲ୍ୟାଣ ଠାରେ*ଭାରତୀୟ ଜନତା ପାର୍ଟି ପକ୍ଷ ରୁ ସମରସ ସଂକଳ୍ପ ଅଭିଯାନ ୬୫୦ତମ ଗୁରୁ ରବିଦାସ ଜୟନ୍ତୀ ପାଳିତ ହୋଇଯାଇଛି। ସନ୍ଥ ଶିରୋମଣି ଗୁରୁ ରବିଦାସ ଜୀଙ୍କର ବାଣୀ ସମସ୍ତ ଙ୍କ ହୃଦୟ ରେ ଗୁଞ୍ଜରିତ ହୋଇଥାଏ।ମନ୍ ଚଙ୍ଗା ତୋ କଟୋତି ମେ ଗଙ୍ଗା ବାର୍ତ୍ତା ଦେଇଥିଲେ୬୫୦ତମ ଜନ୍ମ ବାର୍ଷିକୀ ଗୁରୁ ପୂର୍ଣ୍ଣିମା (୨୯ ଜୁଲାଇ ୨୦୨୬) ରୁ ମୁଖ୍ୟ ଦିବସ ପର୍ଯ୍ୟନ୍ତ ଏକ ୭ ମାସିଆ ଦେଶବ୍ୟାପୀ “ସମରସତା ସଙ୍କଳ୍ପ ଅଭିଯାନ” ଆରମ୍ଭ କରାଯାଇଛି।
୬୫୦ତମ ଜୟନ୍ତୀ କାର୍ଯ୍ୟକ୍ରମର ଅବଧି ୨୯ ଜୁଲାଇ ୨୦୨୬ ଆରମ୍ଭ କରି ୨୦ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ସାମାଜିକ ସମରସତା, ସମାନତା ଏବଂ ଭ୍ରାତୃଭାବକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଦେଶବ୍ୟାପୀ ଯାତ୍ରା ଆରମ୍ଭ ହୋଇଛି। ବାରାଣସୀ ସ୍ଥିତ ଗୁରୁ ରବିଦାସ ଜୀଙ୍କ ଜନ୍ମସ୍ଥାନରୁ ପବିତ୍ର ମାଟି ପାତ୍ର (ମାଟି କଳସ) ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ ଶୋଭାଯାତ୍ରା ମାଧ୍ୟମରେ ନିଆଯାଉଛି। ଆଜି ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଯୋଗ ଦେଇ ସମରସତା ସଙ୍କଳ୍ପ ଅଭିଯାନ ରେ ଅଧିକରୁ ଅଧିକ ନାଗରିକଙ୍କୁ ସାମିଲ କରିବା ପାଇଁ ଆହ୍ୱାନ କରିଥିଲେ। ସଭାରେ ଜିଲ୍ଲା ପ୍ରଭାରୀ ଆର୍ତ୍ତ ମହାପାତ୍ର,ରାଜ୍ୟ କର୍ମକର୍ତ୍ତା ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ନୂଆପଡ଼ା ଉପାଧ୍ୟକ ଦିଲୀପ ନିର୍ମଳକର, ସାଧାରଣ ସମ୍ପାଦକ ଅଭିନନ୍ଦନ ପଣ୍ଡା, ତୁଲସ ପଟେଲ, ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ୍, ଦେବ ଦେବ ସିଂ ଦେଓ,ପୁଷ୍ପାଞ୍ଜଳି ପାଣ୍ଡେ ପ୍ରମୁଖ ଯୋଗ ଦେଇଥିବା ବେଳେ ସମାଜରେ ଗୁରୁ ରବିଦାସ ଜୀଙ୍କ ଜୀବନ ନୀତି, ଆଦର୍ଶ, ରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଛନ୍ତି।
