ସବୁଜ ସୋର ସବୁଜ ଓଡ଼ିଶା ନାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ବୃକ୍ଷ ହଁ ବନ୍ଧୁ, ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ସୃଷ୍ଟି ର ଅବଧି ଶୂନ୍ୟ। ସାମ୍ପ୍ରତିକ ପରିସ୍ଥିତି ରେ ବିଶ୍ୱ ଜଳବାୟୁର ଘନ ଘନ ପରିବର୍ତ୍ତନ ବୃକ୍ଷ ନଷ୍ଟ ଦ୍ଵାରା ହେଉଅଛି। ବୃକ୍ଷରୋପଣ ଦ୍ଵାରା ସବୁଜ ସୋର ସବୁଜ ଓଡ଼ିଶା ଗଠନ କରିବାର ଶପଥ ନେଇ ବାଲେଶ୍ଵର ଜିଲ୍ଲା ସୋରର ଅଗ୍ରୀଣ ସ୍ୱେଚ୍ଛାସେବୀ ସଂଙ୍ଗଠନ ଆଦର୍ଶ ଯୁବପରିଷଦ ଚଳିତ ବର୍ଷ ଦ୍ଵିତୀୟ ଥର ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଅଛି । ଏହିକ୍ରମରେ ସୋର ବ୍ଲକ ଦହିସଡ଼ା ପଞ୍ଚାୟତ ସାଧୁଆପଡ଼ା ସ୍ଥିତ ସୁଲତାନପୁରରେ ଥିବା ଶ୍ରୀ ଶ୍ରୀ ବାବା ସିଦ୍ଧେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷ୍ଣ ଚୁଡ଼ା, ରାଧା ଚୁଡ଼ା,ବଉଳ, ବରକୋଳି, ପିଜୁଳି, ଜାମୁ ଓ ଧାତ୍ରୀ ଅଁଳା ଆଦି ୨୫ଟି ଚାରା ରୋପଣ କରାଯାଇଥିଲା। ଏହି ସମୟରେ ଆଦର୍ଶଯୁବ ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରା, ସମ୍ପାଦକ ଅଞ୍ଜନ କୁମାର ଦାସ,ସତ୍ୟ ବ୍ରତ ବେହେରା, ତୁଷାର ଜେନା, ଗିରିଜା ଶଙ୍କର ପ୍ରଧାନ, ସୁକାନ୍ତି ପ୍ରଧାନଙ୍କ ସହ ଉକ୍ତ ଗ୍ରାମର ବିଭିନ୍ନ ବିଦ୍ୟାଳୟ ଓ କଲେଜରେ ପଢ଼ୁଥିବା ଛାତ୍ର ସନ୍ଦୀପ କୁମାର ପାତ୍ର, ଲକ୍ଷ୍ମଣ କୁମାର ଜେନା, ନରେଶ କୁମାର ନାୟକ, ଜୟ ପ୍ରକାଶ ଖଟୁଆ,ଓମ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣରେ ସହଯୋଗ କରିଥିଲେ। ସୋର ସମ୍ବାଦର ପ୍ରତିନିଧି ଅଭୟ ପତ୍ରୀ, ଉପସ୍ଥିତ ରହି ଚାରା ରୋପଣରେ ସାହାଯ୍ୟ ସହଯୋଗ କରିଥିଲେ।
