*ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ପ୍ରଧାନ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା** ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୩୧.୭.୨୦୨୬
ଗଁଦିଆ ବ୍ଳକ ର ପିଙ୍ଗୁଆ ଗ୍ରାମ ପଞ୍ଚାୟତ ର ଜକିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ପ୍ରଧାନ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି। ହିନ୍ଦୋଳ ବ୍ଳକ୍ ର ସେବା ନିବୃତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ଉପଦେଷ୍ଟା ବୁଦ୍ଧଦେବ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ , ଶିକ୍ଷକନେତା ଅକ୍ଷୟ କୁମାର ମିଶ୍ର ମଞ୍ଚାସୀନ ହୋଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଶିକ୍ଷାଦାନ ଓ କର୍ତ୍ତବ୍ୟନିଷ୍ଠା ଉପରେ ଆଲୋଚନା କରି ତାଙ୍କ କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ବିଜୟ କୁମାର ସାମନ୍ତ, ପରିଚାଳନା ପରିଷଦ ସଭାପତି ଚୈତନ୍ୟ ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁ, ସଞ୍ଜୟ କୁମାର ସାମନ୍ତ, ଶ୍ରୀଧର ସାହୁ, ଅନନ୍ତ ଶତପଥୀ, ଅବସର ପ୍ରାପ୍ତ ଶିକ୍ଷକ ନିର୍ମଳ ପ୍ରଧାନ, ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ସାମନ୍ତ, ଯୁଗଳ କିଶୋର ଦାଶ, ଶିକ୍ଷକ ପ୍ରତାପ ଚନ୍ଦ୍ର ବାରିକ, ମାନସ କୁମାର ସାହୁ, ସନ୍ତୋଷ କୁମାର ଖୁଣ୍ଟିଆ, ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ଦାଶ , ସ୍ଥାନୀୟ ସି ଆର ସି ସି ବୈକୁଣ୍ଠନାଥ ସେଠୀ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନ୍ତର୍ଯ୍ୟାମୀ ବାରିକ, ଶିକ୍ଷକ ମହେଶ୍ୱର ପଣ୍ଡା ଙ୍କ ସହିତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛୁ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଧାନ ଙ୍କ ଗୁଣଗାନ କରିଥିଲେ। ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ପଳାସପିଠିଆ ଗୋଡ଼ା ର ସେବା ନିବୃତ ପ୍ରଧାନ ଶିକ୍ଷକ ରାଧାନାଥ ଜେନା ଙ୍କ ସହିତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଓ ପରିଚାଳନା ପରିଷଦ ସଭ୍ୟ ସଭ୍ୟା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି।
