ପିଲାଙ୍କ ଜୀବନ ସହ ଖେଳ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଲୋଧଣୀ ଉପ୍ରା ବିଦ୍ୟାଳୟ ର ପାଠ ପଢିବା ଜାଗା ପାଲଟିଛି ମୃତ୍ଯୁ ର ଫାନ୍ଦ|ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଲୋଧଣୀ ଉପ୍ରା ବିଦ୍ୟାଳୟ ରେ ଗତ କାଲି ଅପରାହ୍ନ ରେ ଘଟିଛି ଏକ ବଡ଼ ଅଘଟଣ |ସୂଚନା ମୁତାବକ ଗତ କାଲି ଅପରାହ୍ନ ରେ ଚତୁର୍ଥ ଶ୍ରେଣୀ କ୍ଲାସ ରେ କେହି ଶିକ୍ଷକ ନଥିବା ବେଳେ ସିଲିଂ ଫ୍ୟାନ ଟି ଛିଣ୍ଡି ପଡିଥିଲା |ଫଳରେ ଫ୍ୟାନ ଟି ସିଧା ଛାତ୍ର ସୂର୍ଯ୍ୟ ବିଶ୍ୱାଳ ଙ୍କ ମୁଣ୍ଡରେ ପଡିଥିଲା |ଯାହାଫଳରେ ସେ ଗୁରୁତର ଆହାତ ହୋଇଛନ୍ତି |ତେଵେ ତାଙ୍କ ସାର୍ଟ ଟି ସମ୍ପୂର୍ଣ ରକ୍ତରେ ଭିଜି ଯାଇଥିଲା |ଆଉଜଣେ ଛାତ୍ରୀ ସୁନାକ୍ଷୀ ସାହୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି |ଅଭିଯୋଗ ମୁତାବକ ଶିକ୍ଷକ ମାନେ ଘଟଣା କୁ ଲୁଚାଇବାକୁ ରକ୍ତ ଭିଜା ସାର୍ଟ ଧୋଇବାକୁ କହିଥିଲେ |ଏହା ସହ ଗାଁ ମେଡ଼ିସିନ ଷ୍ଟୋର ରେ ସାମାନ୍ୟ ଚିକିତ୍ସା କରି ଗୁରୁତର ଛାତ୍ର ଙ୍କୁ ଘରେ ଛାଡିଦେଇଥିଲେ |ତେଵେ ଫ୍ୟାନ ଟି ଦୀର୍ଘ ଦିନ ଧରି ବିପଦ ଜନକ ଅବସ୍ଥାରେ ଥିବା ଛାତ୍ର ଛାତ୍ରୀ ଅଭିଯୋଗ କରିଥିବା ବେଳେ, ଏହାକୁ ସ୍ୱୀକାର କରିଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ |ତେଵେ ଏହିଭଳି ଅଘଟଣ ପାଇଁ ଯେଉଁ ମାନେ ଦାୟୀ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶନୀ ନାୟକ |ସେପଟେ ଗୁରୁତର ଛାତ୍ରଙ୍କୁ ତାଙ୍କ ପରିବାର ଲୋକ ପରଜଙ୍ଗ ପ୍ରାଥମିକ ଗୋଷ୍ଠୀ କେନ୍ଦ୍ର ରେ ଚିକିତ୍ସା ପରେ ଘରକୁ ଆଣିଥିବା ବେଳେ, ପିଲାଟି ଘରେ ଯନ୍ତ୍ରଣା ଭୋଗୁଥିବା ତାଙ୍କ ମା ଅଭିଯୋଗ କରିଛନ୍ତି |ଏହା ସହ ୧୫ଦିନ ତଳେ ତାଙ୍କ ପୁଅ ର ଆପେଁଡିକ୍ସ ଅପରେସନ ହୋଇଥିବା ମଧ୍ୟ ସେ କହିଛନ୍ତି
