ଆଦିବାସୀ ଅଞ୍ଚଳ ରେ ଏସ ଆର କୁ ନେଇ ଦ୍ୱନ୍ଦ୍ୱ
ଏବେ ସାରା ଦେଶ ସମେତ ଆମ ରାଜ୍ୟ ରେ ଏପରିକି କୋରାପୁଟ ଜିଲ୍ଲା ରେ ଏସ ଆଇ ଆର ର ପ୍ରକ୍ରିୟା ଚାଲୁ ରହିଛି ଜିଲ୍ଲା ପ୍ରଶାସନ ଠୁ ଧରି ପଯ୍ୟବେକ୍ଷକ ଯାଏଁ ସମସ୍ତେ ଏହାର ସୁଫଳନ ପାଇଁ ଲାଗି ପଡ଼ୁଛନ୍ତି ସେପ୍ଟେମ୍ବର ମାସରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ଏ ଭିତରେ କାହାର ନାଁ କଟୁଛି ତ ପୁଣି କାହାର ଯୋଡୁଛି ହେଲେ କୋରାପୁଟ ଭଳି ଆଦିବାସୀ ଅଧ୍ୟଷିତ ଅଞ୍ଚକ ର ସ୍ଥିତି କିଛି ଅଲଗା କେଉଁ ଆଦିମ କାଳରୁ ଭିଟା ମାଟି ରେ ରହିଆସିଥିବା ଆଦିବାସୀ ଙ୍କ ମନ ରେ ଏବେ ଗୋଟେ ଭୟ ସୃଷ୍ଟି ହୋଇଛି ଯେ 2002ମସିଆ ରେ ସେ ଜାଗା ରେ ଯଦି ବାପା ନ ଥିବେ ତେବେ ଭୋଟର ଲିଷ୍ଟ ରୁ ନିଜର ନାଁ କାଟିବା ସହ ସରକାର ଙ୍କ ଦ୍ୱାରା ପାଉଥିବା ସମସ୍ତ ସୁବିଧା ରୁ ବଞ୍ଚିତ ହେବେ ସେମାନଙ୍କ ମତ ରେ ଯଦି ଆମେ କେଉଁ ଆଦିମ କାଳରୁ ଭିଟା ମାଟିରେ ରହିବା ସହ ଭୋଟ ଦେଇଆସୁଛୁ ତେବେ ଏ ଏସ ଆଇ ଆର ଆମ ପାଇଁ କାହିଁକି ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
