*ପବିତ୍ର ଗୁରୁ ପୂର୍ଣ୍ଣିମା ରେ ବିଶିଷ୍ଟ ପରିବେଶବିତ୍ ହରିହର ସାହୁ ଙ୍କ ଦ୍ଵାରା ସୋରିଶିଆପଦା ଗ୍ରାମ ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ରେ ଚାରା ରୋପଣ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା 29.7.2026
ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳ ଜିଲ୍ଲା ର ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷାବିତ୍ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ହରିହର ସାହୁ ସୋରିଶିଆପଦା ଗ୍ରାମ ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ ରେ ନିଜ ବଗିଚାରେ ପ୍ରସ୍ତୁତ କରିଥିବା ଫଳ ଚାରା ରୋପଣ ଏକ ଉଦାହରଣ ସାଜିଛନ୍ତି। ସର୍ବ ପ୍ରଥମେ ପ୍ରଧାନ ଶିକ୍ଷକ ଭାବରେ ୨୦୧୩ ମସିହା ନଭେମ୍ବର ମାସ ରୁ ୨୦୧୭ ମସିହା ଅଗଷ୍ଟ ମାସ ୨୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ତାଙ୍କ ପ୍ରିୟ ବିଦ୍ୟାଳୟ “,ଦେଓଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ବନିତା ନାୟକ ଓ ଛାତ୍ର ଛାତ୍ରୀମାନଙ୍କ ଉପସ୍ଥିତ ରେ ବିଦ୍ୟାଳୟ ପରିସରରେ ଫଳ ଚାରା ରୋପଣ କରିଥିଲେ। ପରବର୍ତ୍ତୀ ସମୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାମେଇ ର ପ୍ରଧାନ ଶିକ୍ଷକ ଅରବିନ୍ଦ ରାଉତ, ସହକାରୀ ଶିକ୍ଷକ ଶେଷଦେବ ସେଠୀ, ଅର୍ଜୁନ ସେଠୀ, ମହେନ୍ଦ୍ର ପୂର୍ତ୍ତି ଙ୍କ ଉପସ୍ଥିତି ରେ ଫଳ ଚାରା ରାମେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରୋପଣ କରିଥିଲେ। ତତ ପରେ ଚାଉଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କୁ ଚାରା ରୋପଣ ପାଇଁ ପ୍ରଦାନ କରିଥିଲେ। ସର୍ବଶେଷରେ ସୋରିଶିଆପଦା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମାର ମହାଳିକ ଓ ସହକାରୀ ଶିକ୍ଷକ ନିରଞ୍ଜନ ନାୟକ ଙ୍କ ସହିତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତ ରେ ଫଳ ଚାରା ରୋପଣ କରି ନିଜକୁ ଧନ୍ୟ ମନେ କରିଥିଲେ। ଶ୍ରୀ ସାହୁ ପ୍ରକାଶ କରିଥିଲେ ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଏଣୁ ମୋର ଗୁରୁ ଯଥା ମାତା,ପିତା, ଶିକ୍ଷା ଗୁରୁ, କର୍ଣ୍ଣ ଗୁରୁ, ଏବଂ ଜଗତଗୁରୁ ଙ୍କ ଉଦ୍ଦେଶ୍ୟରେ ଚାରା ରୋପଣ କରି ” ଗୁରୁ ପୂଜନ” କରୁଅଛି। ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରି ପୃଥିବୀ ମାତା କୁ ଶାନ୍ତି ପ୍ରଦାନ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
