ହରଭଙ୍ଗା (30.7.2026)ଚଳିତ ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ତଳ ମୁଣ୍ଡ ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ରେ ପ୍ରାୟ ଦଶ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ଫଳରେ ହରଭଙ୍ଗା ଅଞ୍ଚଳ ବାହ୍ୟ ଜଗତ ରୁ ବିଛିନ ହୋଇଯାଇଛି। ବୌଦ୍ଧ ରୁ ବଡ଼ମୂଳ ପର୍ଯ୍ୟନ୍ତ ମହାନଦୀ ଅବବାହିକା ଦେଇ ଯାଇଥିବା ଜଗନ୍ନାଥ ସଡ଼କ ରେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ହରଭଙ୍ଗା ଅଞ୍ଚଳ ର ପ୍ରାୟ ଦଶ ପନ୍ଦର ଗାଁ ପାଣିଘେରରେ ଜଳବନ୍ଦୀ ଅବସ୍ଥା ରେ ଅଛନ୍ତି। ବୌଦ୍ଧ ଜ଼ିଲ୍ଲାପାଳ ବିଭୁତି ଭୂଷଣ ନାଏକ ହରଭଙ୍ଗା ବନ୍ୟା ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛ ନ୍ତି । ବିପନ୍ନ ଙ୍କୁ ଆବଶ୍ୟକ ଖାଦ୍ୟ ଓ ବିଭିନ୍ନ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ବ୍ଲକ ପ୍ରଶାସନ କୁ ନିର୍ଦ୍ଧେଶ ଦେଇଛନ୍ତି ବନ୍ୟା ର ସ୍ଥାୟୀ ନିରାକରଣ ପାଇଁ ବୌଦ୍ଧ ଠାରୁ କୁମାରୀ ଗ୍ରାମ ପର୍ଯ୍ୟନ୍ତ ମହାନଦୀ ରେ ରିଙ୍ଗ ଡାମ ଵା ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଗଲେ ବନ୍ୟା ଜଳ କୁ ରୋକାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି। ଜ଼ିଲ୍ଲାପାଳ ମହୋଦୟ ଏଥିରେ ହସ୍ତକ୍ଷେପ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି।
