ପାଣି ଘେରରେ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ।
ଲଗାଣିଆ ବର୍ଷା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ମାଣତ୍ରୀ ସ୍ଥିତ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ରେ ବନ୍ୟାଜଳ ପ୍ରବେଶ କରିଛି। ମନ୍ଦିର ର ମୁଖ୍ୟଶାଳ ରେ ପାଣି ପଶିବାରୁ ଶିବଲିଙ୍ଗ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି।
ମନ୍ଦିର କୁ ଲାଗିକରି ଥିବା ଗଙ୍ଗାହାର ନଦୀ ର ଜଳସ୍ତର ବୃଦ୍ଧି ଯୋଗୁଁ ମନ୍ଦିର କୁ ପାଣି ପଶିଛି।
ତେବେ ଆଜି ମନ୍ଦିର ରେ ଆଲୋକିକ ଘଟଣା ଦେଖିବାକୁ ମିଳିଛି।ବନ୍ୟା ପରିସ୍ଥିତି ଯୋଗୁଁ ନଇପାଣି ସମ୍ପୁର୍ଣ୍ଣ ଲାଲ୍ ଓ କାଦୁଆ ଦେଖାଯାଉଥିବା ବେଳେ ଗର୍ଭଗୃହ ଭିତର ଶିବଲିଙ୍ଗ ଉପରେ କିନ୍ତୁ ସ୍ୱଚ୍ଛ ପାଣି ଲହଡ଼ି ଖେଳୁଥିବା ଦେଖିବାକୁ ମିଳିଛି।
ବଡ଼ସାହି ଭୀମଦାରୁ ଅଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
