ଗଙ୍ଗାହାର ନଦୀ ବଡ଼ି ପାଣିରେ ବୈଶିଙ୍ଗା ରୁ ଠାକୁରମୁଣ୍ଢା ରାସ୍ତା ବିଛର୍ଣ୍ଣ
ପ୍ରଶାସନ ର ନିଦ ଭାଙ୍ଗୁନି
ଭୀମଦା ମାଣତ୍ରୀ ମଝିରେ ଥିବା ଗଙ୍ଗାହାର ନଦୀର ବନ୍ୟା ପାଣିରେ ରାସ୍ତା ବୁଡ଼ି
ଲୋକଙ୍କ ଯିବାଆସିବା ଠପ ହେଇସାରିଲାଣି, ବହୂ ଲୋକ ଅତି ଜରୁରୀ କାମ ରେ ଯିବା ପାଇଁ ପାଣି ଭିତରେ ପଶିକି ଯାଉଛନ୍ତି, ଆମ୍ବୁଲେନ୍ସ ସେବା ବି ବନ୍ଦ ହୋଇଯାଇଛି,
ଆମ ପ୍ରତିନିଧି ବଡ଼ସାହି ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ, ଭୀମଦା ଫାଣ୍ଡି ଅଧିକାରୀ ପହଁଞ୍ଚି ଲୋକଙ୍କୁ ଯିବା ଆସିବା ବନ୍ଦ କରିଛନ୍ତି,
ଲଗାଣ ବର୍ଷା ଯୋଗୁଁ ଭୀମଦା ପଞ୍ଚାୟତ ର ହଜାର ହଜାର ହେକ୍ଟର ଚାଷ ଜମି ଏବେ ବନ୍ୟା ର କଟୁ ପାଣିରେ ବୁଡ଼ି ରହିଅଛି, ରୁଆ ଯାଇଥିବା ଜମି ଆଉ ପଡ଼ିଥିବା ତଳି ସବୁ ପାଣିରେ ବୁଡ଼ି ପଚି ନଷ୍ଟ ହେଇଗଲାଣି,
ଚାଷୀ ଏବେ ହତାଶ ହୋଇ ପଡିଛି, ଦେଖାଯାଉ ପ୍ରଶାସନ ର ନିଦ କେବେ ଭାଙ୍ଗୁଛି..
ବଡ଼ସାହି ଭୀମଦାରୁ ଅଜିତ ମାହାର୍ଣ୍ଣା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
