ବିଦେଶୀ ମଦଦୋକାନ ସ୍ଥାନାନ୍ତର ଦାବି ରେ ଗଣଧାରଣା
(ନିପ୍ର ଗୋକୁଳାନନ୍ଦ ବେହେରା)କଙ୍କଡାହାଡ଼ ଥାନା ଭଦଳିଆ ସାହି ସାମ୍ନାରେ ଥିବା ବିଦେଶୀ ମଦଦୋକାନ କୁ ଅନ୍ୟତ୍ର ସ୍ଥାନାନ୍ତର ଦାବି ରେ ଗ୍ରାମବାସୀ ଙ୍କ ବିଦେଶୀ ମଦଦୋକାନ ସାମ୍ନାରେ ଗଣଧାରଣା l ବିଡ଼ିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ଙ୍କୁ ବାରମ୍ବାର ଜଣାଇବା ସତ୍ୱେ କୌଣସି ସମାଧାନ ନହେବାରୁ ଧାରଣା ରେ ବସିଛନ୍ତି ଭଦଳିଆ ଗ୍ରାମର ମହିଳା l ସୂଚନା ଅନୁସାରେ ଭଦଳିଆ ଗ୍ରାମ ସାମ୍ନାରେ ପୂର୍ତ୍ତବିଭାଗ ରାସ୍ତା ନିକଟରେ ବିଦେଶୀ ମଦଦୋକାନ ଟି ଅବସ୍ଥିତ l ରାସ୍ତା ପାର୍ଶ୍ଵ ରେ ଓ ଗ୍ରାମ ସାମ୍ନାରେ ମଦଦୋକାନ ଟି ଥିବାରୁ ପ୍ରତ୍ୟୋକ ଦିନ ମଦ୍ୟପ ମାନେ ଏଠାରେ ମଦପିଇବା ପରେ ଅସାମାଜିକ ବ୍ୟବହାର ସୃଷ୍ଟି କରୁଛନ୍ତି l ଗ୍ରାମ ଚତୁଃପାର୍ଶ୍ଵ ରେ ମଦବୋତଲ ଓ ଗ୍ଲାସ ପକାଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି l ଫଳରେ ଗ୍ରାମ ର ଝିଅ, ବୋହୁ ମାନେ ଭୟ ରେ ମଦଦୋକାନ ନିକଟରେ ଥିବା ନଳକୂଅ କୁ ପାଣି ନେବାପାଇଁ ଆସି ପାରୁନାହାନ୍ତି l ଗ୍ରାମ ରେ ମାତ୍ର ଗୋଟିଏ ନଳକୂଅ ମଦଦୋକାନ ନିକଟରେ ଥିବାରୁ ବାଧ୍ୟ ରେ ଗ୍ରାମ ର ମହିଳା ମାନେ ପାଣି ନେବାପାଇଁ ଆସି ମଦ୍ୟପ ଙ୍କ ଦ୍ୱାରା ଦୁର୍ବ୍ୟବହାର ର ସମ୍ମୁଖୀନ ହେଉଛନ୍ତି l ଏ ନେଇ ଗ୍ରାମବାସୀ ମାନେ କଙ୍କଡାହାଡ଼ ବିଡ଼ିଓ, କାମାକ୍ଷାନଗର ଉପଜିଲ୍ଲାପାଳ ଓ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ମଦଦୋକାନ କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନାହିଁ l ଫଳରେ ଆଜି ଗ୍ରାମର ମହିଳା ମାନେ ମଦଦୋକାନ ସାମ୍ନାରେ ଧାରଣା ରେ ବସିଛନ୍ତି l
