ରଚିତ କବିତା ପାଠତ୍ସବ ହେବା ସହିତ ଦେଶାତ୍ମବୋଧ ସଂଗୀତ ପରିବେଷଣ l
(ରମେଶ ଅଗ୍ରୱାଲ.:ନିପ୍ର)
ବରିଷ୍ଠ ନାଗରିକ ସଙ୍ଘ, ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ତରଫ ରୁ ଆଜି ସନ୍ଧ୍ୟା 6.00 ଘଣ୍ଟା ସମୟରେ dsso ଅଫିସ ସମ୍ମିଳନୀ ଲକ୍ଷ୍ୟ ପରିସରରେ ଏକ ଦେଶାତ୍ମ ବୋଧ ସ୍ୱରଚିତ କବିତା ପାଠତ୍ସବ ହେବା ସହିତ ଦେଶାତ୍ମବୋଧ ସଂଗୀତ ପରିବେଷଣ ପନ୍ଦର ଜଣ କବି କବିୟତ୍ରୀ କରିଥିଲେ. ଶ୍ରୀଯୁକ୍ତ ବିଜୟ କୁମାର ହୋତା, ସଭାପତି, ବରିଷ୍ଠ ନାଗରିକ ସଙ୍ଘ, କଳାହାଣ୍ଡି ଙ୍କର ସଭାପତିତ୍ବ ରେ ଶ୍ରୀ ତିଳକ ରାମ ନିଆଲ, ସଂଯୋଜନା କରିଥିବା ବେଳେ ଉପ ସଭାପତି ଶ୍ରୀ ମଳୟ କୁମାର ମୁଣ୍ଡ, ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ଓ କୁମାରୀ ସବିତା ପଟନାୟକ ଯୁଗ୍ମ ସମ୍ପାଦିକା ମଂଚାସୀନ ହୋଇଥିଲେ.
ପଂଚାସୀନ ଅତିଥି ମାନେ ମାଆ ବାଗଦେବୀ ସରସ୍ବତୀ ଙ୍କର ଫୋଟୋରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସଂଗେ ସଂଗେ ଧୂପ ଦାନ ଦେଇ ସଭା ଆରମ୍ଭ କରାଯାଇ ଥିଲା.
କବି କବିୟତ୍ରୀମାନେ ସୋହନ ଲାଲ ଅଗ୍ରୱାଲ, ସୁତମ ନାୟକ, ସୁଦେଷ୍ଠା ପଣ୍ଡା, ଆନନ୍ଦିନୀ ପାତ୍ର, ସବିତା ଶତପଥୀ, ସଂଘମିତ୍ରା କାନୁନଗୋ, ସରସ୍ବତୀ ହୋତା, ସୁଶାନ୍ତି ପାଢ଼ୀ, ଦିଲୀପ କୁମାର ଯାନୀ, ଭାରତ ଭୂଷଣ ଚଳାନ, ଭବାନୀ ଶଙ୍କର ପଣ୍ଡା,
ପ୍ରସନ୍ନ କୁମାର ପଟ୍ଟନାୟକ , ତିଳକ ରାମ ନିଆଲ, ସୁଶାନ୍ତ ଦାସ, ପ୍ରମୋଦ କୁମାର ଖମାରି,ମୁରଲୀ ମୋହନ ସେନାପତି କବିତା ପାଠୋତ୍ସରେ ଯୋଗଦାନ କରିଥିଲେ।
ସଭା ଶେଷରେ ଶ୍ରୀ କୃଷ୍ଣ ମୋହନ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ. ଏହି ସଭାରେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ସଭ୍ୟ ସଭ୍ୟା ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ପ୍ରଶଂସା କରିଥିଲେ ।ଜୟ ହିନ୍ଦ ଜୟ ଭାରତ।
ସଭାପତି
ବିଜୟ କୁମାର ହୋତା
ବରିଷ୍ଠ ନାଗରିକ ସଙ୍ଘ, କଳାହାଣ୍ଡି ଭବାନୀପାଟଣା ତା 15.08.2026
: Press report
