ତୁମୁସିଙ୍ଗା ପୋଲିସ କୁ ବଡ଼ ସଫଳତା
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓ ପୁଟସାହି ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି! ପ୍ରେମଜନିତ ବିବାଦରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ପୋଲିସ ସେହି ଗ୍ରାମର ବିଷ୍ଣୁ ପ୍ରସାଦ ସାହୁ (୪୦)ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ,ଗତ ଶୁକ୍ରବାର ସନ୍ଧ୍ୟାରେ ଧାନ ତଳି ଲଗାଇବା ପାଇଁ ଶ୍ରମିକ ଠିକ୍ କରିବାକୁ ସଂଯୁକ୍ତା ସାହୁ (୫୨) ଘରୁ ବାହାରିଥିଲେ। ହେଲେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବିଳମ୍ବିତ ରାତି ଯାଏଁ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଶନିବାର ସକାଳେ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। ପରିବାର ଲୋକେ ଜଣେ ଯୁବକଙ୍କ ଉପରେ ସନ୍ଦେହ ପ୍ରକାଶ କରି ହତ୍ୟା ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ କହିବାନୁସାରେ,ସଂଯୁକ୍ତା ଜଣେ ଯୁବକଙ୍କ ସହ ବାଇକ୍ରେ ଯାଉଥିବା ପ୍ରେମଜନିତ ବିବାଦରୁ ହତ୍ଯା ସେମାନେ ଦେଖିଥିଲେ। ଏପରିକି ସମ୍ପୃକ୍ତ ଯୁବକ ସଂଯୁକ୍ତାଙ୍କ ଘରକୁ ଆସି ତାଙ୍କୁ ଖୋଜାଖୋଜି କରିଥିବା କହିଥିଲେ। ଉଭୟଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ବିବାଦ ଥିବା ନେଇ ପରିବାର ଅଭିଯୋଗ କରିଥିଲେ। କାମାକ୍ଷାନଗର ଏସ୍ଡିପିଓ ଚିତ୍ତରଞ୍ଜନ ବେହେରା ଓ ତୁମୁସିଙ୍ଗା ଥାନା ଅଧିକାରୀ ମନସ୍ତିନୀ ମହାନ୍ତିଙ୍କ ନେତୃତ୍ବରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ପୋଲିସ ବିଷ୍ଣୁ ପ୍ରସାଦଙ୍କୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥିଲା। ପଚରାଉଚା ସମୟରେ ସେ ହତ୍ୟା କରିଥିବା ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଛି। ସଂଯୁକ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା ପରେ ଗାଁ ନିକଟ କାଜୁ ଜଙ୍ଗଲକୁ ନେଇ ସେଠାରେ ସଂଯୁକ୍ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ପୋଲିସ ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା
