*ନୂତନ ମନ୍ଦିରରେ ପ୍ରଭୁ ଶ୍ରୀ ଗଣେଶଙ୍କ ବିଗ୍ରହ ସ୍ଥାପିତ କରାଗଲା ଗିରିବର ଗିରିଧାରୀ ଆଶ୍ରମରେ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ବ୍ଲକର ଝାରଦା ଗ୍ରାମର ଗିରିବର ଗିରିଧାରୀ ଆଶ୍ରମ ପରିସରରେ ରେ ଚାଲିଥିବା ଗତ ଅଠର ତାରିଖ ଠାରୁ ଅନୁଷ୍ଠିତ ଯଜ୍ଞର ଜୁଲାଇ ମାସ ୨୦ ତାରିଖ ହେଉଛି ପୂର୍ଣ୍ଣିହୁତି ଦିବସ। ଗିତା ଯଜ୍ଞ, ଚଣ୍ଡୀ ପାଠ, ଶିବ ପାଠ, ଗଣେଶ ପୂଜା ପାଠ, ଯାଗ ଯଜ୍ଞ ସମାପନ ପରେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀ ଶ୍ରୀ ଗଣେଶ ଙ୍କ ବିଗ୍ରହ ନୂତନ ଭାବେ ନିର୍ମିତ ଶ୍ରୀ ଗଣେଶ ମନ୍ଦିର ରେ ସ୍ଥାପିତ ହୋଇ ପୂଜା ପାଠ କରାଯାଇଅଛି। ଏହି କାର୍ଯ୍ୟକ୍ରମ ଝାରଦା ଗ୍ରାମ ର ଗ୍ରାମବାସୀ ତଥା ଅନେକ ଶ୍ରଦ୍ଧାଳୁ ଙ୍କ ସକ୍ରିୟ ସହଯୋଗ ରେ ଆଶ୍ରମ ର ପ୍ରତିଷ୍ଠିତ ସାଧୁ ଶ୍ରୀମଦ୍ ଶିବ ପ୍ରସାଦ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କର୍ମ ନିପୂଣ କର୍ମ କାଣ୍ଡ ବିଷାରଦ ପୁରୋହିତ ସନ୍ତୋଷ କୁମାର ମିଶ୍ର ଙ୍କ ସହିତ ପୁରୋହିତ ଙ୍କ ଶ୍ଳୋକ ଉଚ୍ଚାରଣ ମଧ୍ୟରେ ସମାହିତ ହୋଇଯାଇଅଛି। କର୍ତ୍ତା ଭାବେ ଅସିତ୍ କୁମାର ନାୟକ (ଟୁଲୁ) ଙ୍କ ସହିତ ତାଙ୍କର ସହଧର୍ମିଣୀ ରିଙ୍କି କାର୍ଯ୍ୟ ସମ୍ପାଦନ କରିଥିଲେ।୧୦୮ କଳସୀ ଙ୍କ ଭକ୍ତିମୟ ପରିବେଶ ମଧ୍ୟରେ ସହସ୍ରାଧିକ ଭକ୍ତ ଙ୍କ ଉପସ୍ଥିତି ରେ ପ୍ରଭୁ ଶ୍ରୀ ଶ୍ରୀ ଗଣନାଥ ଙ୍କୁ ଗଣେଶ ମନ୍ଦିର ରେ ପ୍ରବେଶ କରାଯିବା ସହିତ ନୂତନ ମହାଲକ୍ଷ୍ମୀ ବିଗ୍ରହକୁ ଲକ୍ଷ୍ମୀ ମନ୍ଦିର ରେ ପ୍ରବେଶ କରାଯାଇଥିଲା। ଆଶ୍ରମ ର ସାଧୁ ଶ୍ରୀମଦ୍ ଶିବ ପ୍ରସାଦ ଦାଶ ସମସ୍ତ ଭକ୍ତମାନଙ୍କୁ କଲ୍ୟାଣ କରିଥିଲେ। ଏକ ଭକ୍ତିମୟ ପରିବେଶ ରେ କାର୍ଯ୍ଯ ସମାହିତ ହୋଇଯାଇଅଛି।
