*ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ “ଭୂଷଳ ପରିବେଶ କ୍ଲବ” ର ବନମହୋତ୍ସବ।*ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା, ୧୨.୭.୨୦୨୬
ଢେଙ୍କାନାଳ ଜିଲ୍ଲା ର ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା “ଭୂଷଳ ପରିବେଶ କ୍ଲବ”ର ସଦସ୍ୟବ୍ରୁନ୍ଦ ୨୦୨୬ ମସିହା ପାଇଁ ସ୍ବତନ୍ତ୍ର ବନମହୋତ୍ସବ ପାଳନ କଲେ । ବିଶିଷ୍ଟ ଶିକ୍ଷାବିତ୍ ତଥା ଶ୍ରୀ ମା ଅରବିନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନଳ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଶତପଥୀ ଙ୍କ ଅଧ୍ୟକ୍ଷତାରେ ରେ ଭୂଷଳ ଗ୍ରାମ ପଞ୍ଚାୟତ ସଭା ଗୃହ ରେ ଜୁଲାଇ ମାସ ୧୨ ତାରିଖ ଅପରାହ୍ନ ରେ ବନ ମହୋତ୍ସଵ ସଭା ଅନୁଷ୍ଠିତ ହେଲା ।ସଭାପତି ମହୋଦୟ କହିଲେ କି ଉକ୍ତ କ୍ଲବ ର ସଦସ୍ୟବ୍ରୁନ୍ଦ ଶତାଧିକ ଚାରା ରୋପଣ କରି ଢେଙ୍କାନାଳ ଜିଲ୍ଲାରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂବନ ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ ଜୀବନ ମାନଦଣ୍ଡ ର ବୃଦ୍ଧି ପାଇଁ ବୃକ୍ଷ ନିତ୍ଯାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏଣୁ ଏହି କ୍ଲବ ର ସମସ୍ତ ସଦସ୍ୟ ସହସ୍ରାଧିକ ଚାରା ରୋପଣ କରି ଆମ ଜିଲ୍ଲା କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଆଗେଇ ନେଇଥିବାରୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ୍, ଶିକ୍ଷାବିତ୍, ସାହିତ୍ୟିକ, କବି, ଲେଖକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ହରିହର ସାହୁ “ଗଛ ହିଁ ଜୀବନ” ହୋଇଥିବାରୁ ଭୂଷଳ କ୍ଲବ ର ବୃହତ ଚାରାରୋପଣ କାର୍ଯ୍ୟକ୍ରମ ଓଡ଼ିଶା ରେ ପ୍ରଭାବ ପକାଇବ ବୋଲି ମତବ୍ୟକ୍ତ କରିଥିଲେ। ଏହି କ୍ଲବ ରାଜ୍ଯ ବନ ପୁରସ୍କାର ପାଇଁ ଉପଯୁକ୍ତ ବୋଲି ମତବ୍ୟକ୍ତ କରିଥିଲେ।ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଆରକ୍ଷୀ ଉପ ନିରୀକ୍ଷକ, ଭୁବନ , ମାନସ ରଞ୍ଜନ ନାୟକ , ଭୂଷଳ ଗ୍ରାମ ପଞ୍ଚାୟତ ସରପଞ୍ଚ ଉତ୍ତମ ପଣ୍ଡା , ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଜୟରାମ ମାହାନ୍ତି ଗଛର ଉପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ।ଭୂଷଳ ପରିବେଶ କ୍ଲବ ର ସଭାପତି ଅଭୟ କୁମାର ଶତପଥୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ମୁରଲୀ ମୋହନ ମାହୁନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ଓ ସମ୍ପାଦକ କେଦାର ନାଥ ନାୟକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। କ୍ଲବ ର ସଦସ୍ୟ କମଳ,ଜଗା,ରିଙ୍କୁ, ପଦନ,ଆରୀୟନ,କାଳିଆ,ସିପୁ,ଭୋଳା, ବିଚିତ୍ର, ବିକାଶ, ଭୋଳି, ଗେଟିନ, ସିଧୁ, ଶ୍ୟାମ, ସିପୁ, ଲୁଲୁ, ଶୁଭେନ୍ଦୁ, ଶରତ, ସୁଶାନ୍ତ , ପୁପୁ, ଲିକୁ ପ୍ରମୁଖ ଙ୍କ ସହିତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା।
