ମୁଣ୍ଡାରୀ ଭାଷାର ନୂତନ ବିଦ୍ୟାଳୟ ପ୍ରତିଷ୍ଠା ଓ ପ୍ରସ୍ତୁତି ବୈଠକ-୨୦୨୬-୨୭
ସ୍ଥାନ- କୁଆଁରତିହି
ତା୯/୭/୨୦୨୬
ଅଦ୍ୟ ଇଂ୯/୭/୨୦୨୬ ରିଖ ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ସାରସକଣ ଅଧିନସ୍ଥ ଭୁରୁଷାଣୀ ଗ୍ରାପର ବିର୍ସା ମୁଣ୍ଡା ସାଂସ୍କୃତିକ ଯୁବକ ସଂଘ, କୁଅର ତିହି, ଜାମଶୋଳା ଆନୁକୁଲ୍ୟରେ ମୁଣ୍ଡାରୀ ଭାଷାର ନୂତନ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ଏହାର ପ୍ରସ୍ତୁତି କରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ମନୋରଞ୍ଜନ ସିଂ ମୁଣ୍ଡା ଶାସନ ଗୁଟଗାମ ଏବଂ ଅନୁଷ୍ଠାନର ସଭାପତି ଶ୍ରୀ ପଣ୍ଡିତ ସିଂ ଉପଦେଷ୍ଠା ଖକେନ ସିଂ କଷାଧିକ ନିମାଇଁ ସିଂ ଗ୍ରାମ ଦେହୁରୀ ରଥ ସିଂ ଡାକୁଆ ଜଳେଶ୍ଵରୀ ସିଂ ପୂର୍ବତନ ସଭାପତି ମନୋରଞ୍ଜନ ସିଂ ପୁତିଆ ସାରଜମ ସକ୍ରିୟ ସଦଦ୍ୟ ଦୁଖୁରାମ ସିଂ ରସାନନ୍ଦ ସିଂ ଫକିର ସିଂ ଗୁରା ସିଂ ଖୁକଦେବ ସିଂ ଓ ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ଏବଂ ନିମ୍ନ ପ୍ରସ୍ତାବ ଗୁଡ଼ିକ ଉପସ୍ଥାନ କାରାଗଲା କି ମୁଣ୍ଡା ଜାତିରେ ମୁଣ୍ଡାରୀ ଭାଷା ଏକ ସତନ୍ତ୍ର ଭାଷା । ଏଣୁ ଆମର ମୁଣ୍ଡାରୀ ଭାଷାରେ ବା ମୁଣ୍ଡାରୀ ବାନିରେ ପ୍ରଶିକ୍ଷଣ ଦିଆଯିବା ସହିତ ଆମ ଜାତି ଭାଷା, ଲିମି ସାପ୍ରଦାୟିକ ପରମ୍ପରା ରୀତି ନୀତ ସାଂସ୍କୃତିକ କାର୍ଯ୍ୟକ୍ରମନାଚ ଗୀତ ମାଧ୍ୟମରେ ମୁଣ୍ଡାରୀ ଭାଷାକୁ ପ୍ରଚାର ପ୍ରସାର ଜାରି କରାଯିବା ସହିତ ୬ ବର୍ଷରୁ ୧୪ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମୁଣ୍ଡାରୀ ବାନି ବା ଲିପିରେ ଅଧ୍ୟୟନ କରାଇବାର ବ୍ୟବସ୍ଥା ଓ ନୂତନ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସଦା ସର୍ବଦା ପ୍ରଚେଷ୍ଟା ଜାରି ରହିବା ।
ଜୟ ମୁଣ୍ଡାରୀ ……ଜୟ ମୁଣ୍ଡାରୀ
ଭାଷା ମେନାଃ ତାମ ମୁଣ୍ଡା …..
ବାନି ମେନାଃ ତମା ହ,
ମେଦ ମେନାଃ ତାମ ମୁଣ୍ଡା …….
ଆମହ ମେନାମ ଗେୟା
ଅହରେ………..
