ଏକ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛନ୍ତି କାଲିମେଳା ଥାନା ପୁଲିସ।
କାଲିମେଳା – ୧୧/୦୭/୨୦୨୬
(ରିପୋର୍ଟ – ସୁକୁମାର ମଣ୍ଡଳ)
ଏକ ଟନରୁ ଅଧିକ ଗଞ୍ଜେଇ ଜବତ କରିଛନ୍ତି କାଲିମେଳା ଥାନା ପୁଲିସ ।
କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ସହିତ ତାଙ୍କ ଟିମ୍ ଏକ ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ଥାନା ଅନ୍ତର୍ଗତ ବାଦଲିଗୁଡ଼ା ଗ୍ରାମରୁ ଏକ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବାକୁ ସକ୍ଷମ ହୋଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ଦୁଇ କୋଟିରୁ ଊର୍ଦ୍ଧ୍ବ। ଗତ କିଛି ମାସ ପୂର୍ବେ କାଲିମେଳା ବ୍ଲକ କିଛି ଅସାଧୁ ବ୍ୟବସାୟୀଙ୍କ ଆଶ୍ରୟସ୍ଥଳୀ ପାଲଟି ଥିବା ବେଳେ ବର୍ତ୍ତମାନ କିନ୍ତୁ ଠିକ୍ ତାହାର ଓଲଟା ଦେଖିବାକୁ ମିଳିଛି । ଯେବେଠାରୁ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ କାଲିମେଳା ଥାନାରେ ଯୋଗଦାନ କରିଛନ୍ତି ସେହି ଦିନଠାରୁ ଏକପ୍ରକାର ଅସାଧୁ ଲୋକମାନଙ୍କର ନିଦ ହଜିଯାଇଛି। କାଲିମେଳା ଅଞ୍ଚଳରେ ଆଗଭଳି ଆଉ ଅସାମାଜିକ ବ୍ୟକ୍ତି ମାନଙ୍କ ଉପଦ୍ରବ ଦେଖିବାକୁ ମିଳୁନାହି।ଦେଖିବାକୁ ଗଲେ କାଲିମେଳା ଥାନାରେ ଆସିଥିବା କେସ ଗୁଡ଼ିକ ଶ୍ରୀଯୁକ୍ତ ବିଶ୍ଵାଳ ଖୁବ୍ କମ୍ ସମୟ ମଧ୍ୟରେ ସମାଧାନ କରୁଛନ୍ତି। ଲୋକମାନେ ନ୍ୟାୟ ପାଇଁ ଆଗଭଳି ଆଉ ହନ୍ତସନ୍ତ ହେବାରେ ଦେଖାଯାଉ ନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ ଗତକାଲି ଯେଉଁ ଦୁଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି ସେଥିରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଖୋଜା ଚାଲିଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳ ମିଡିଆ ସାମ୍ନାରେ କହିଛନ୍ତି।
ଯେ
