ଧରଣୀଧର ବିଶ୍ୱ ବିଦ୍ୟାଳୟ ରେ “ବନମହୋତ୍ସବ ଓ ରଚନା ଲିଖନ ”
ତା ୧୦/୦୭/୨୦୨୬ ଶୁକ୍ରବାର, କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭେଲପମେଣ୍ଟ ଟ୍ରଷ୍ଟ ଓ ଧରଣୀଧର ବିଶ୍ୱ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ, ବିଶ୍ୱ ବିଦ୍ୟାଳୟ ପରିସରରେ “ବନମହୋତ୍ସବ ଓ ରଚନା ଲିଖନ ” ଅନୁଷ୍ଠିତ ହୋଇଯାଇଛି l ଶିକ୍ଷାବିତ୍ ସ୍ୱର୍ଗତଃ ଦାମୋଦର ଦାସଙ୍କ ସ୍ମୃତିରେ ବିଶ୍ୱ ବିଦ୍ୟାଳୟ ସ୍ତରୀୟ “ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ରେ ଛାତ୍ର ସମାଜର ଭୂମିକା “ଶୀର୍ଷକ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଭିନ୍ନ ମହାବିଦ୍ୟାଳୟ ରୁ ୧୦୭ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ଶିକ୍ଷାବିତ୍ ଦାମୋଦର ଦାସ ଙ୍କ ତୈଳ ଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ ଓ ବଟବୃକ୍ଷ ଚାରlରେ ଜଳଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପିଜି କାଉନସିଲ ଚେୟାରମ୍ୟାନ ଡ଼. ପ୍ରଭୁପଦ ଦାସ ଅଧ୍ୟକ୍ଷତା କରିଥିଲେ l କେନ୍ଦୁଝର ବନାଞ୍ଚଳ ଅଧିକାରୀ ଶ୍ରୀ ଅଜିତ କୁମାର ଦାସ ମୁଖ୍ୟ ଅତିଥି ଏବଂ ପ୍ରାଧ୍ୟାପିକା ଡ଼, ଅନୁପମା ଦାସ , ସମାଜ ସେବୀ କର୍ଣ୍ଣାଟ କିଶୋର ଜେନା, ପରିବେଶ ବିତ୍ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ l ଧରଣୀଧର ବିଶ୍ୱ ବିଦ୍ୟାଳୟ ର କୁଳ ସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ମୁଖ୍ୟବକ୍ତା ଭାବେ ଅଂଶଗ୍ରହଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ଜଙ୍ଗଲ ସୁରକ୍ଷା କରିବାରେ ଯୁବ ସମାଜର ଗୁରୁଦାୟିତ୍ୱ ରହିଛି କହିଥିଲେ l ମୁଖ୍ୟ ଅତିଥି ଓ ଅତିଥି ମାନେ ଜୈବ ବିବିଧତା ର ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବୃକ୍ଷରୋପଣ ଓ ବୃକ୍ଷ ର ଯତ୍ନ ନେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ l ଶେଷ ରେ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ସହ ଅତିଥି ମାନେ ୧୦୨ ଟି ଫଳ ଚାରା ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଦିନେଶ କୁମାର ମହାରଣା ସଂଯୋଜନା କରିଥିଲେ l ଅଧ୍ୟାପକ ସନ୍ତୋଷନାରୟଣ, ରଞ୍ଜିତା ମହାନ୍ତ, ଜୁବ ସମାଜ ସେଵୀ ଭାଗିରଥି ମହାନ୍ତି,ପିତାମ୍ବର ମହାନ୍ତ, ଅଜୟ ସାହୁ ଓ ଧରଣୀଧର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
