ବଡ଼ସାହି……ଦୀର୍ଘ ୧୪ ବର୍ଷ ଧରି ଆମେ ନିଷ୍ଠା ଓ ପରିଶ୍ରମର ସହିତ ଲୋକଙ୍କୁ ଚାଉଳ, କିରାସିନି, ଗହମ ତା ସହିତ ପଞ୍ଚଯାତ କୁ ଆସୁଥିବା ଜିନିଷ ଆମେ ଲୋକଙ୍କୁ ବାଣ୍ଟିଲୁ କିନ୍ତୁ ଆମର ପରିବାର ପାଇଁ ଯାହା ଆବଶ୍ୟକ ସରକାର କିଛି କର୍ଣ୍ଣ ପାତ କଲେନାହିଁ ଯୋଗାଣ ସହାୟକଙ୍କର ନ୍ୟାୟସଙ୍ଗତ ଦାବିଗୁଡିକୁ ସରକାର ଶୁଣୁ ନାହାନ୍ତି, ଗତ ଜୁନ ୧୬ ତାରିଖରେ ଯୋଗାଣ ସହାୟକମାନେ ରାଜ୍ୟ ପ୍ରଶାସକ ଓ ରାଜ୍ୟ ପ୍ରଶାସନକୁ ଏକ ଲିଖିତ ପ୍ରଦାନ କରିଥିଲେ ଦାବି ଗୁଡ଼ିକର ସମାଧାନ ପାଇଁ ସରକାର ରାସ୍ତା କାଢ଼ିଲେ ନାହିଁ ।ତା ଛଡା ଯୋଗାଣ ସହାୟକମାନେ ସ୍ପଷ୍ଟ ଭାବରେ ଜଣାଇଥିଲେ ଯେ ଯଦି ସରକାର ୧୦ ଜୁଲାଇ ୨୦୨୬ ସୁଦ୍ଧା ସେମାନଙ୍କ ଦାବି ଗୁଡ଼ିକର ସମାଧାନ ନ କରନ୍ତି ତେବେ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାର ବଳରେ ୧୦ ଜୁଲାଇ ୨୦୨୬ ଠାରୁ ସାମୁହିକ ଛୁଟିରେ ରହିବାକୁ ବାଧ୍ୟ ହେବେ ଏସବୁ ଜାଣି ମଧ୍ୟ ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଖାଦ୍ୟଶସ୍ୟ ବଣ୍ଟନର ଆବଣ୍ଟନ ବର୍ତ୍ତମାନ ଜାରି କରାଯାଇଛି ।ଏହି ପରିପ୍ରେକ୍ଷୀରେ ଯୋଗାଣ ସହାୟକ ମନେ ବଡ଼ସାହି ବି ଡି ଓ ବନଜା ଦାସଙ୍କୁ ଲିଖିତ ପ୍ରଦାନ କରିଛନ୍ତି ଯେ ୧୦ ଜୁଲାଇ ଠାରୁ ସାମୁହିକ ଛୁଟିରେ ରହିବେ ତେଣୁ ଉକ୍ତ ମାସଗୁଡ଼ିକର ଖାଦ୍ୟଶସ୍ୟ ବଣ୍ଟନ କାର୍ଯ୍ୟ କରିବା ପାଇଁ ସରକାର କିମ୍ବା ଜିଲ୍ଲା ପ୍ରଶାସନ ସେମାନଙ୍କ ସଂଘର ସଦସ୍ୟମାନଙ୍କ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୌଣସି ପ୍ରକାରର ଚାପ ପ୍ରୟୋଗ ନ କରନ୍ତୁ ବୋଲି ଯୋଗାଣ ସହାୟକ ଙ୍କର ବ୍ଲକ ସଂଘର ସଭାପତି ସତ୍ୟରଞ୍ଜନ ମହାନ୍ତି ,ସମ୍ପାଦକ ଅଭିଜିତ କୁମାର ଦେ , ସମ୍ବିତ କୁମାର ମହାପାତ୍ର , ଅମିତା ରାଜ, ଦେବବ୍ରତ ବେହେରା ଓ ଅନ୍ୟ ମାନେ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ ସହିତ ବିଡ଼ିଓ ଙ୍କୁ କହିଛନ୍ତି ତା ସହିତ ଜୁଲାଇ ୧୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲୟାର ପି ଏମ ଜି ଠାରେ ଶାନ୍ତି ଶୃଙ୍ଖଳା ସହ ଧର୍ମଘଟ ସହିତ ଧାରଣା କରିବା ନିମନ୍ତେ ରାଜ୍ୟ ଯୋଗାଣ ସହାୟକ ସଂଘ ନିଷ୍ପତି କରିଅଛି ।
