*ଗଞ୍ଜାମ ପ୍ରସିଦ୍ଧ ଗାଲେରୀ “ମା କାଳୀ ମନ୍ଦିର” ରୁ ବିରାଟ ଧରଣର ଚୋରୀ*
ଭଞ୍ଜନଗର,-୦୫/୦୭ (ପ୍ରଫୁଲ୍ଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ, ତାରାସିଂଙ୍ଗ ଥାନା ଅନ୍ତର୍ଗତ ଗାଲେରୀ ଗ୍ରାମ ରେ ଥିବା ପ୍ରସିଦ୍ଧ କାଳୀ ମନ୍ଦିର ରୁ ସୁନା,ରୁପା,ସମସ୍ତ ଅଳଙ୍କାର ଚୋରୀ ହୋଇଯାଇଛି। ଦୁର୍ବୁତ୍ତ ମାନେ ମା’ଙ୍କ ମୁକୁଟ ଓ ଆଲମାରି ଭାଙ୍ଗି ଦୁଇଲକ୍ଷ ଟଙ୍କା ମଧ୍ୟ ନେଇଯାଇଛନ୍ତି l ସୁନା ପ୍ରାୟ 50ତୁଳା ରୂ ଉର୍ଦ୍ଧ ହେବା ଆକଳନ କରାଯାଉଛି। ଆଖପାଖ ଅଞ୍ଚଳ ରେ ଚୋର ମାନଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି ଫଳରେ ଗତ ରାତିରେ ଅତ୍ୟଧିକ ବର୍ଷା ଯୋଗୁଁ ଏହାର ସୁବିଧା ଦେଖି ଚୋରୀ ହୋଇଥିଵା ଜଣାପଡୁଛି l ମା’ଙ୍କ ମଥା ମଣି,ମୁକୁଟ ଓ ହାର କୁ ମିଶାଇ ପ୍ରାୟ 400ଗ୍ରାମ ସୁନା ଏବଂ 10ରୂ 12kg ରୁପା ଅଳଙ୍କାର ଚୋରୀ ଯାଇଥିବା ଅନୁମାନ କରାଯାଉଛି l ଘଟଣା ସ୍ଥଳ ରେ ଭଞ୍ଜନଗର ପୋଲିସ ଓ ତାରାସିଂଙ୍ଗ ପୋଲିସ ଓ sdpo, additional sp ପହଁଞ୍ଚି ତଦନ୍ତ କରୁଛନ୍ତି l ଗତ ରାତ୍ରି ରେ ଅତ୍ୟଧିକ ବର୍ଷା ର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରୀ କରିଛନ୍ତି l ଏବଂ cctv hard dishk ମଧ୍ୟ ନେଇଯାଇଛନ୍ତି ଯାହା,ଆଖପାଖ ଅଞ୍ଚଳରେ ମା’ଙ୍କ ପ୍ରତି ରହି ଥିବା ଧର୍ମୀୟ ଭାବନା ପ୍ରତି ଦୁଃଖ ପହଁଞ୍ଚିଛି ।ତେଣୁ ପୋଲିସ ତୁରନ୍ତ ଏହି ଚୋର ମାନଙ୍କୁ ଙ୍କୁ ଧରିଵା ପାଇଁ ଜନସାଧାରଣ ଦାବି କରୁଛନ୍ତି l
