*ଉଖୁଡା ବଣ୍ଟାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗିରଫ*
*ତିର୍ତ୍ତୋଲ, (ଭଂଜଦୂତ ଖବର):* କୁମାର ପୂର୍ଣ୍ଣିମାରେ ଉଖୁଡା ବଣ୍ଟାକୁ କେନ୍ଦ୍ର କରି ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତିର୍ତ୍ତୋଲ ଥାନା ଅନ୍ତର୍ଗତ ଚନ୍ଦ୍ରଧ୍ୱଜପୁର ଗ୍ରାମର ବିଜୟ କୁମାର ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ, କୁମାର ପୂର୍ଣ୍ଣିମା ଦିନ ଉଖୁଡା ବଣ୍ଟନ ସମୟରେ ବଚସାରୁ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଅଭିଯୁକ୍ତ ଅଶୋକ କୁମାର ନାୟକ ତାଙ୍କ ପୁଅ ବାଦଲ ମହାନ୍ତିଙ୍କୁ ପଛପଟୁ ଜାବୁଡି ଧରିଥିଲେ ଓ ତାଙ୍କ ପୁଅ ସୌଭାଗ୍ୟ ନାୟକ ଦାଆରେ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ବାଦଲ ଗୁରୁତର ଭାବେ ରକ୍ତାକ୍ତ ହୋଇଥିଲେ। ଏହି ଘଟଣାରେ ତିର୍ତ୍ତୋଲ ପୋଲିସ ୪୭୪/୨୬ ନମ୍ବରରେ ମାମଲା ରୁଜୁ କରି ଅଭିଯୁକ୍ତ ଅଶୋକ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l
