ବର୍ଷା ସତ୍ତ୍ୱେ ମଦ ବନ୍ଦ ପାଇଁ ଅଞ୍ଚଳ ବାସୀ ଙ୍କ ବୈଠକ
ବରଗଡ :୦୩/୦୭(ନି ପ୍ର )ବରଗଡ଼ ଜିଲ୍ଲା ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର କେମ୍ଫ ଛକ ଠାରେ ଖଣ୍ଡହଥା ଗ୍ରା.ପ, ଧାଙ୍ଗେର ଗ୍ରା.ପ ଓ ଗାଇସିମା ଗ୍ରା.ପ ର ଶତାଧିକ ମହିଳା ପୁରୁଷ ପ୍ରବଳ ବର୍ଷା ସତ୍ତ୍ୱେ ଅଞ୍ଚଳ ରେ ସମ୍ପୂର୍ଣ୍ଣ ମଦ ବନ୍ଦ ପାଇଁ ଏକ ଜରୁରୀ ବୈଠକ କରିଥଲେ। ବର୍ତ୍ତମାନ କେବଳ ନିଶା ପାଇଁ ଯୁବ ଗୋଷ୍ଠୀ ତଥା ଛାତ୍ର ସମାଜ ସମ୍ପୂର୍ଣ୍ଣ ପଥ ଭ୍ରଷ୍ଟ।ଅଞ୍ଚଳ ରେ ଅବାଧ ରେ ଦିନ ଦ୍ବିପହରରେ ଗଞ୍ଜେଇ, କୋରେକ୍ସ, ମଦ ଏପରିକି ବ୍ରାଉନ ସୁଗାର ଭଳି ନିଶା ଦ୍ରବ୍ୟ ଖୋଲା ଖୋଲି ଭାବରେ ବିକ୍ରି ହେଉଥିଲେ ମଧ୍ଯ ଜିଲ୍ଲା ପ୍ରଶାସନ ନିଦା ବିଷ୍ଣୁ ସାଜିଛି। ଆଜିର ଶିଶୁ କାଲିର ଭବିଷ୍ୟତ କିନ୍ତୁ ଆଜିର ଶିଶୁ ନିଶା ଗ୍ରସ୍ତ ଓ ଭବିଷ୍ୟତ ଅନ୍ଧକାର। ଯୁବ ସମାଜ ଶିକ୍ଷିତ ହେଲେ ଅଞ୍ଚଳ ର ଉନ୍ନତି ହେବ। ନିଶା ପାଇଁ ଅଞ୍ଚଳ ରେ ଚୋରୀ, ଡକାୟତି ବଢ଼ିବାରେ ଲାଗିଛି। ବିଶେଷ କରି ମହିଳା ମାନେ ଅଣ୍ଟା ଭିଡିଛନ୍ତି ମଦ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ।ଏହି କାର୍ଯ୍ୟକ୍ରମ ରେ ଖଣ୍ଡହଥା ଗ୍ରା.ପ ର ସରପଞ୍ଚ ଚିତ୍ର ସେନ ସାହୁ,ଗାଇସିମା ଗ୍ରା.ପ ର ସରପଞ୍ଚ ଧିରେନ ମହାପାତ୍ର,ଧାଙ୍ଗେର ଗ୍ରା.ପ ର ସରପଞ୍ଚ ରୁତୁ ରାଜ ବାଗ ,ନିଷ୍ଠା ପରିବାର ର ସଭାପତି ଅଶ୍ଵିନୀ ତ୍ରିପାଠୀ ଯୋଗ ଦେଇ ସମ୍ପୂର୍ଣ୍ଣ ସହଯୋଗ ର ହାତ ବଢାଇଥିଲେ। ଅଞ୍ଚଳ ରେ ସମ୍ପୂର୍ଣ୍ଣ ମଦ ବନ୍ଦ ପାଇଁ ଏକ ଦରଖାସ୍ତ ବରଗଡ଼ ଜିଲ୍ଲାପାଳ, ଏସ. ପି ଓ ଆଇ ଆଇ ସି ସଦର ଥାନା ବରଗଡ଼ ଙ୍କ ଉଦ୍ଦେଶ୍ୟ ରେ ଦିଆଯାଇଛି। ମହିଳା ମାନଙ୍କ ଗୋଟିଏ ଦାବି ମଦ ମୁକ୍ତ ଗାଁ ଆମର ସ୍ୱପ୍ନ, ନିଶା ମୁକ୍ତ ପରିବାର ଆମର ସ୍ୱପ୍ନ ।ଯଦି ଅଞ୍ଚଳ ରେ ମଦ ବିକ୍ରି ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।
