ଆଜି ସମ୍ବଲପୁରରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଏବଂ ମୋର ପରମ ବନ୍ଧୁ
(ରମେଶ ଅଗ୍ରୱାଲ.:ନିପ୍ର)
ଶ୍ରୀଯୁକ୍ତ ନାଉରୀ ନାୟକ ଓ ସମ୍ବଲପୁର ଯଶସ୍ବୀ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ମେହେରଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ଲାଭ କଲି। ଅବିଭକ୍ତ ସମ୍ବଲପୁର ଜିଲ୍ଲାରୁ ମୋର କ୍ରାନ୍ତିକାରୀ ଜୀବନର ଅୟମାରମ୍ଭ ହୋଇଥିଲା। ୧୯୮୪ରେ ମୋର ପ୍ରିୟବନ୍ଧୁ ତଥା ମାନ୍ୟବର ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଙ୍କ ସହିତ ମିଶି ପବିତ୍ର ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ସାମିଲ ହୋଇ ବରଗଡ଼ ଜେଲରେ କାରାବାସ ଭୋଗିଥିଲି। ତାହା ହିଁ ମୋ ରାଜନୈତିକ ଯାତ୍ରାର ଶୁଭାରମ୍ଭ ଥିଲା। ବିଜେପିର ଦୁଇ ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କୁ ଆଜି ସାକ୍ଷାତ ସମୟରେ ସେସବୁ ମନେ ପଡ଼ିଗଲା। କାରଣ ଅବିଭକ୍ତ ସମ୍ବଲପୁର ମାଟି ହିଁ ଥିଲା ମୋର ଶିକ୍ଷା ଓ ଦୀକ୍ଷାର ଆଦିଭୂମି। ଆଜିର ଏହି ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶାର ନବନିର୍ମାଣ ଏବଂ ପଶ୍ଚିମ ଓଡ଼ିଶାର ବିକାଶ ଯାତ୍ରାରେ ତାଙ୍କର ଯୋଗଦାନ ଉପରେ ଆମେ ବିଶେଷ ଚର୍ଚ୍ଚା କରିଥିଲୁ।
