ତାଳଚେର ମେଡିକାଲ କଲେଜ ରେ ନିଜୁକ୍ତି ଜାଲିଆତି ଘଟଣା
ଜାଲ ପ୍ରମାଣପତ୍ର କୁ ନେଇ ଭିଜିଲାନ୍ସ ର ତନାଘନା
ତାଳଚେର ୧୦/୬(ବିପ୍ର) ତାଳଚେର ମେଡିକାଲ କଲେଜ ଓ ହସପିଟାଲ ରେ ଜାଲ୍ ପ୍ରମାଣପତ୍ର ଦେଇ ପ୍ରାୟ ଶହେ ଜଣ ଷ୍ଟାଫନର୍ସ ନିଯୁକ୍ତି ହେଇଛନ୍ତି। ମଙ୍ଗଳବାର ଅନୁଗୋଳ ଭିଜିଲାନ୍ସ ବିଭାଗ ର ଏକ ଟିମ୍ ଓ ଏମ୍ ସି ଏଲ ଭିଜିଲାନ୍ସ ଟିମ୍ ଅନୁଗୋଳ ଓ ତାଳଚେରରେ ପହଞ୍ଚି କାଗଜପତ୍ର ତନାଘନା କରିବା ସହ ନିଯୁକ୍ତି ପାଇଥିବା ଷ୍ଟାପନର୍ସମାନଙ୍କ ସମସ୍ତ ସାର୍ଟିଫିକେଟ ଯାଞ୍ଚ କରିଛନ୍ତି। ଏହି କେଳେଙ୍କାରୀରେ ଏମ୍ ସି ଏଲ ର କିଛି ଅସାଧୁ ଅଧିକାରୀ ଏବଂ ଦଲାଲଙ୍କ ସମ୍ପୃକ୍ତି ଥିବା, ସନ୍ଦେହ କରାଯାଉଛି। ଭିଜିଲାନ୍ସ ଟିମ୍ ମାଧ୍ୟମରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କୁ ଜବତ କରିଛନ୍ତି। ତେବେ ବାୟୋମେଟ୍ରିକ ଉପସ୍ଥାନରୁ ଧରାପଡିଜିବା ଭୟରେ କିଛି ଅସାଧୁ କର୍ମଚାରୀ ମେସିନିରୁ ଡାଟା ଉଡାଇ ଦେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।
