ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସପିଟାଲ
ନକଲି ସାର୍ଟିଫିକେଟ ମାମଲା:
ନର୍ସକୁ କାର୍ଯ୍ୟରୁ ବହିଷ୍କାର
ତାଳଚେର ୧୦/୬(ନିପ୍ର) ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ନିୟୋଜିତ କିଛି ନର୍ସଙ୍କ ଶିକ୍ଷାଗତ ଓ ବୃତ୍ତିଗତ ପ୍ରମାଣପତ୍ର ନକଲି ଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ମହାନଦୀ କୋଲଫିଲ୍ଟ ଲିମିଡେଟ୍ କତ୍ତୃପକ୍ଷଙ୍କୁ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସାଶନକ କାର୍ଯ୍ୟନୁଷ୍ଠାନ ପରେ ସମ୍ପୃକ୍ତ ନର୍ସମାନଙ୍କୁ ତୁରନ୍ତ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି ଏବଂ ସେମାନଙ୍କ ଡେପୁଟେସନ୍ ରଦ୍ଦ କରାଯାଇଛି।ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ସମସ୍ତ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ମାମଲାଟି ଭିଜିଲାନ୍ସ ଓ ସ୍ଥାନୀୟ ପୋଲିସ କୁ ଅବଗତ କରାଯାଇଛି। ଉଲ୍ଲେଖଯୋଗ୍ୟ ଏହି ନର୍ସମାନେ ଏକ ଆଉଟ ସୋର୍ସଂ ଏଜେନ୍ସୀ ଜରିଆରେ ନିୟୋଜିତ ହୋଇଥିଲେ। ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ସଂମ୍ପୃକ୍ତ ଏଜେନ୍ସୀ କିମ୍ବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରୋଗୀଙ୍କ ସୁରକ୍ଷା ପାଇଁ କତ୍ତୃପକ୍ଷ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରିବେ ନାହିଁ ବୋଲି ପ୍ରସାଶନ ପକ୍ଷରୁ କୁହାଯାଇଛି।
