ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ ବଢୁଛି ଚୋରା ମଦ ର କାରବାର। ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଏବଂ ବିୟର ଜବତ କରିବା ସହିତ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ନୀଳଗିରି ରେଞ୍ଜ ଅବକାରୀ ଅଧିକାରୀ କେଶବ ଚନ୍ଦ୍ର ଦାସ ଓ ସୋର ଆଦର୍ଶ ଅବକାରୀ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କ ନେତୃତ୍ୱରେ ଏକ ଟିମ ବାଳଙ୍ଗ ଗ୍ରାମରେ ଚଢ଼ାଉ କରି ଲକ୍ଷ୍ମଣ ହାଂସଦା ନିକଟରୁ ୫୦ ଲିଟର ଦେଶୀ ମଦ ଏବଂ ୭. ୮ ଲିଟର ବିୟର, ହରିହର ପ୍ରଧାନ ନିକଟରୁ ୫୦ ଲିଟର ଦେଶୀମଦ, ଟେଣ୍ଟେଇ ଗ୍ରାମର କନକ ମଳିକ ନିକଟରୁ ୩୦ ଲିଟର ଦେଶୀମଦ ଏବଂ ସିତାମଣି ମଳିକ ନିକଟରୁ ୩୦ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉରେ ସୋର ଆଦର୍ଶ ଅବକାରୀ ଥାନା ସହ ଉପ ନିରୀକ୍ଷକ ବସନ୍ତ କୁମାର ବାରିକ, ପ୍ରଜ୍ଞା ପ୍ରିୟା ନାୟକ, କ୍ଷିରୋଦ କୁମାର ସାହୁ, କନେଷ୍ଟବଳ ମିନତୀ ପରିଡା ସାମିଲ ହୋଇଥିଲେ।
