୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ
ଦେବଗଡ଼,
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (PMSMA)ର ୧୦ମ ବାର୍ଷିକୀ ଅବସରରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗର୍ଭବତୀ ମହିଳାମାନଙ୍କୁ ଉନ୍ନତ ମାତୃ ସ୍ୱାସ୍ଥ୍ୟସେବା ଯୋଗାଇବା ଏବଂ ସୁରକ୍ଷିତ ମାତୃତ୍ୱ ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଂଘମିତ୍ରା ପଣ୍ଡା ଫିତା କାଟି ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଗର୍ଭବତୀ ମହିଳାମାନଙ୍କର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ରକ୍ତ ଓ ପରିସ୍ରା ନମୁନା ପରୀକ୍ଷଣ ମଧ୍ୟ କରାଯାଇଥିଲା। ଜିଲ୍ଲାରେ ଆୟୋଜିତ ଏହି ସ୍ୱତନ୍ତ୍ର PMSMA କାର୍ଯ୍ୟକ୍ରମ ମାଧ୍ୟମରେ ୫୦୦ରୁ ଅଧିକ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟସେବାର ସୁବିଧା ପାଇଥିଲେ। ସେମାନଙ୍କୁ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟ ସତର୍କତା, ପୌଷ୍ଟିକ ଖାଦ୍ୟ ଗ୍ରହଣ ଏବଂ ସୁରକ୍ଷିତ ମାତୃତ୍ୱ ଲାଭ କରିବାର ବିଭିନ୍ନ ଉପାୟ ସମ୍ପର୍କରେ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଡା. ମନୋରଞ୍ଜନ ସାମଲ, ଡା. ପ୍ରଭାତ କୁମାର ଓଝା, ଡା. ମସଙ୍ଗ ମୁର୍ମୁ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ କୁମାର ପ୍ରହରାଜ, ଉପ କାର୍ଯ୍ୟକ୍ରମ ପରିଚାଳକ (ମାତୃ ଓ ଶିଶୁ ସ୍ୱାସ୍ଥ୍ୟ) ଦୁଷ୍ମନ୍ତ କୁମାର ସୁତାର ଏବଂ ଡାକ୍ତରଖାନା ପରିଚାଳକ ଜାତୀନ କୁମାର ଭାଇଂସାଙ୍କ ସହ ବହୁ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କୁ ନିୟମିତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ଦିଗରେ ସରକାରଙ୍କ ପ୍ରୟାସକୁ ଆହୁରି ସୁଦୃଢ଼
