ରାଜନୀତିରେ ଇତିହାସ ରଚିଲେ ମୋଦୀ:ଭାଙ୍ଗିଲେ ନେହେରୁଙ୍କ ରେକର୍ଡ । ନୂଆଦିଲ୍ଲୀ::: ମୋଦୀ ଭାଙ୍ଗିଲେ ଜବାହରଲାଲ ନେହେରୁଙ୍କ ରେକର୍ଡ। ଦୀର୍ଘ ଦିନ ଶାସନ ଗାଦି ରେ ବସିବାରେ ଏହି ରେକର୍ଡ କରିଛନ୍ତି ମୋଦୀ। ଆଜି ପ୍ରଧାନମନ୍ତ୍ରୀ ଭାବେ ନିଜ ନାଁରେ ନୂଆ ରେକର୍ଡ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜୁନ୍ ୧୦ ତାରିଖରେ ଲଗାତାର ଭାରତର ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତିଙ୍କ ତାଲିକାର ମୋଦୀ ସର୍ବାଗ୍ରେ ପହଞ୍ଚିଛନ୍ତି । ଏହାସହ ସେ ଭାଙ୍ଗିଛନ୍ତି ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଲଗାତାର ଶାସନର ବଡ଼ ରେକର୍ଡ । ଲଗାତାର ୪ ହଜାର ୩୯୯ ଦିନ ପ୍ରଧାନମନ୍ତ୍ରୀ ପଦରେ ରହି ଆଜି ଏକ ନୂଆ ଇତିହାସ ଲେଖିଛନ୍ତି ମୋଦୀ । ଏହାସତ୍ତ୍ବେ ଭାରତର ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ମୋଟ ସମୟର କାର୍ଯ୍ୟକାଳ ଏବେ ବି ଜବାହାର ଲାଲ ନେହେରୁଙ୍କ ନାଁରେ ରହିଛି । ଭାରତ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ, ଅଦ୍ବିତୀୟ ନେତା ଭାବେ ନରେନ୍ଦ୍ର ମୋଦୀ ପରିଚିତ ।ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଯାତ୍ରା ଭିତରେ କେବେ ଲାଗିନି ପରାଜୟର ଦାଗ । ୩ ଥରର ପ୍ରଧାନମନ୍ତ୍ରୀ, ୧୨ ବର୍ଷ ଧରି ଦେଶର ଶାସନ ଡୋରି ଧରିଛନ୍ତି ମୋଦୀ । ଏହି ଅବଧି ଭିତରେ ଅନେକ ରେକର୍ଡ ଭାଙ୍ଗିଛନ୍ତି, ଇତିହାସ ପୃଷ୍ଠାରେ ଅନେକବାର ନିଜ ନାଁ ଲେଖିଛନ୍ତି । ବିଜେପି ସରକାରରେ ୩ ଥରର ପ୍ରଧାନମନ୍ତ୍ରୀ। ଅଖଣ୍ଡ କ୍ଷମତା। ୫୩ ଲକ୍ଷ କୋଟିର ଆର୍ଥିକ ବଜେଟର ପୁରୋଧା ସାଜିଛନ୍ତି । ଗତ ୧୨ ବର୍ଷ ଭିତରେ ନିର୍ବିବାଦୀୟ ଚେହେରା ଭାବେ ଅଧିକରୁ ଅଧିକ ଜନପ୍ରିୟ ହୋଇପାରିଛନ୍ତି ନରେନ୍ଦ୍ର ମୋଦୀ । ସରକାର ବିରୋଧୀ ହାୱାକୁ ଜନମଙ୍ଗଳକାରୀ ଯୋଜନା ଜରିଆରେ ପ୍ରତିହତ କରିବାରେ ସେ ସକ୍ଷମ ହୋଇଛନ୍ତି । ଲୋକାଲ ଟୁ ଭୋକାଲର ସ୍ବପ୍ନ ଭିତରେ ଭାରତକୁ ବିଶ୍ବଗୁରୁ କରିବାକୁ ଆଙ୍କିଛନ୍ତି ନକ୍ସା । ଯାହା ତାଙ୍କୁ ବିଶ୍ବସ୍ତରରେ କେବଳ ପ୍ରସିଦ୍ଧି ଦେଇନି ବରଂ ଭାରତକୁ ନୂଆ ମହାଶକ୍ତି ଭାବେ ଉଭା କରିଛି ।
