ମାତିଛନ୍ତି ମନ୍ଦିର ଲୁଟେରା : ତିନୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋରରେ ଚୋରଙ୍କ ଲୋଲୁପ ଦୃଷ୍ଟିରେ ଧର୍ମାନୁଷ୍ଠାନ। ଗୋଟିଏ ରାତିରେ ସୋର ଥାନା ସବିରା ପଞ୍ଚାୟତର ତିନୋଟି ମନ୍ଦିରରୁ ଲୁଟ ହୋଇଥିବା ଜଣାପଡିଛି। ସବିରା ଗ୍ରାମର ପତ୍ରଶୁଣି ମନ୍ଦିର ନିକଟରେ ଥିବା ୩ ଟି ମନ୍ଦିରରୁ ଠାକୁରଙ୍କ ୫ଟି ରୁପା ମୁକୁଟ,ସୁନା ଚିତା,ସୁନା ଓ ରୁପା ହାର ସମେତ ଦାନବାକ୍ସ ଚୋରି ହୋଇଥିଲା। ଆଜି ସକାଳେ ପୂଜାରୀ ପୂଜା କରିବାକୁ ଆସିବା ବେଳେ ଏବାବଦରେ ଜାଣିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ସୋର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଚୋରି ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଗ୍ରାମବାସୀ ମାନେ କହିଛନ୍ତି।
