(କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
ଦାଦନ ଜାଇ ପୁଅ ନିଖୋଜ,ଦୁଃଖ ରେ ଭାଙ୍ଗି ପଡିଛି ମା, ପ୍ରଶାସନ ନିରବ… ଜୁନାଗଡ଼ : ସରକାରଙ୍କ ମାଲ ମାଲ ଯୋଜନା କଥାରେ କଥାରେ, ଦାଦନ ରୋକିବାରେ ବିଫଳ ସରକାର,ସରକାର ଆମକୁ କାମ ଯୋଗାଇ ପାରିବନି, ଗରୀବର ଦୁଃଖ ବୁଝିପାରିବନି, ଆମକୁ ଘରଟିଏ ଦେଇ ପାରିଲାନି, ସେଥିପାଇଁ ମୁଁ ବାହାରକୁ ଜାଇ ଟଙ୍କା ରୋଜଗାର କରି ଆଣିବି, ଘରଟିଏ ତିଆରି କରିବି , ଆମେ ଖୁସିରେ ପରିବାର ରହିବା, ମୁଁ ତୋତେ ମାସକୁ ମାସ ଟଙ୍କା ପଠେଇବି, ଆମ ପାଖରେ କିଛି ରୋଜଗାର ସରକାର ଯୋଗାଇ ପାରୁନିବୋଲି ଅନ୍ୟ ରାଜ୍ୟ କୁ ସାଙ୍ଗ ମାନଙ୍କ ସହ ଚାଲିଗଲା ହାଇଦ୍ରାବାଦ,କିଛି ଦିନ କାମାକଳାପରେ ହଟାତ ରାତିରେ ନିଖୋଜ ହୋଇଗଲା ଯୁବକ, ଏମିତି ଏକ ଘଟଣା ଘଟିଗଲା ଜୁନାଗଡ଼ ଥାନା ଅନ୍ତର୍ଗତ ନକଟିଗୁଡା ଗାନ୍ଧୀ ନଗର ପଡ଼ାର ଶ୍ରୀ ଭୁମି ମାଝୀ, ଚାରି ସାଙ୍ଗ ନାକଟିଗୁଡା ର 2 ଜଣ ଏବଂ ସର୍ଗିଗୁଡ଼ାର ଜଣେ ସହ ଯାଇଥଲେ ହାଇଦ୍ରାବାଦ, କିଛି ଦିନ କାମ କଲାପରେ ରାତ୍ରିରେ ନିଖୋଜ ହୋଇଯାଇଥିଲେ, ଚାରି ସାଙ୍ଗ ଖୋଜା ଖୋଜି କଲାପରେ ନ ପାଇଁ ନିକଟସ୍ଥ ରଘୁନାଥପାଳି ପୋଲିସ ଷ୍ଟେସନ ରେ ଏକ ମାମଲା ଦାୟର କରିଥିବା ସୂଚନାମିଲିଛି, ବିଧବା ମା ଖବର ପାଇଲା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଝୁପୁଟି ଘର, ଓ ଜୁନାଗଡ଼ ଥାନାକୁ ଜାଇ ସେ ଏକ କେଶ ଦାଏର କରିଥିବା ଦେଖିବାକୁ ମିଳିଛି, ହେଲେ ଆଜକୁ 10/15ଦିନ ହେଲା ଭୁମିର କୌଣସି ଖୋଜ ଖବର ମିଳିନଥିବା ନିଜ ମା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି, ହେଲେ ପ୍ରଶାସନ ଭୁମି ମାଝୀ କୁ ଆଣିବାରେ କେତେ ତତ୍ପରତା ଦେଖାଉଛି ତାହା ଦେଖିବାକୁ ବାକିରହିଲା !
