ବିକେଜୀ ଟ୍ରଷ୍ଟ ତରଫରୁ ଇଦ-ଉଲ-ଜୁହା ଉପଲକ୍ଷେ ବକରିଦ କିଟ ବଣ୍ଟନ
ବସ୍ତା:- (ନି ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ଵର ସଦର ବ୍ଲକ ଅନ୍ତର୍ଗତ ପରିଖୀ ଗ୍ରାମପଞ୍ଚାୟତ ସ୍ଥିତ (ବଡେଖାନ ଗାଜି ପିର ବାବା ଟ୍ରଷ୍ଟ) “ବିକେଜୀ ଟ୍ରଷ୍ଟ” ତରଫରୁ ଗରିବ, ଅସହାୟ, ବିଧବା, ବୃଦ୍ଧବୃଦ୍ଧା ବ୍ୟକ୍ତିଙ୍କ ପରିବାରକୁ ପବିତ୍ର ଇଦ-ଉଲ-ଜୁହା ପର୍ବ ଉପଲକ୍ଷେ ବକରିଦ କିଟ ବଣ୍ଟନ କରାଯାଇଅଛି l ବିକେଜୀ ଟ୍ରଷ୍ଟର ମେନେଜିଂ ଟ୍ରଷ୍ଟି ଜନାବ ଆୟୁବ ଆଲି ଖାଁଙ୍କ ତତ୍ଵାବଧାନରେ ବକରିଦ କିଟରେ ସ୍ଥାନ ପାଇଥିବା ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ପ୍ୟାକେଜ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ଟ୍ରଷ୍ଟି ସୋହେଲ ଆବାସ ଖାଁ, ଆକବର ଆଲି ଖାଁ, ଆସଗର ଆଲି ଖାଁ, ଶାମି ଅଖତାର ଖାଁ, ରମଜାନ ଅଲି ଖାଁ ଓ ସେକ ମୁନ୍ନା ପ୍ରମୁଖ ସହଯୋଗ କରିଥିଲେ l ଟ୍ରଷ୍ଟର ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି, ବିକେଜୀ ଟ୍ରଷ୍ଟ ଅସହାୟ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଭରସାର ଏକ ଆଦର୍ଶ ଅନୁଷ୍ଠାନ ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି।
