ପାଚେରିପାଣି ଗ୍ରାମରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ସଚେତନତା ଶିବିର ଅନୁଷ୍ଠିତ
ବାରକୋଟ : ଆଜି ବାରକୋଟ ବ୍ଲକ ଅଧୀନସ୍ଥ ପିବିଡିଏ (PBDA) ଅଞ୍ଚଳର ପାଚେରିପାଣି ଗ୍ରାମରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଉପଲକ୍ଷେ ଏକ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଭୋଟର ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ଗ୍ରାମବାସୀମାନେ ଉତ୍ସାହର ସହ ଯୋଗଦେଇଥିଲେ।
ଶିବିରରେ ଯୋଗଦେଇଥିବା ମତଦାତାମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଗୁରୁତ୍ୱ ଏବଂ ଭୋଟର ତାଲିକାରେ ନାମ ସଂଶୋଧନ, ନୂତନ ନାମ ଅନ୍ତର୍ଭୁକ୍ତି, ବିଲୋପ ଓ ସ୍ଥାନାନ୍ତରଣ ସମ୍ପର୍କରେ ସବିଶେଷ ଅବଗତ କରାଯାଇଥିଲା। ଉପସ୍ଥିତ ଗ୍ରାମବାସୀମାନେ ପରିଗଣନା ଫର୍ମ ଗ୍ରହଣ କରିବା ସହିତ BLOମାନଙ୍କ ସହଯୋଗରେ ଫର୍ମଗୁଡ଼ିକ ସଠିକ୍ ଭାବେ ପୂରଣ କରିଥିଲେ।
ଏହି ଅବସରରେ BLOମାନେ ଘରେ ଘରେ ଯାଇ ଭୋଟରମାନଙ୍କୁ ସଚେତନ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରି ଦାଖଲ କରିବାକୁ ଅନୁରୋଧ କରିଥିଲେ। ବିଶେଷକରି ଯୁବ ମତଦାତା, ମହିଳା ଏବଂ ବୃଦ୍ଧ ମତଦାତାମାନଙ୍କୁ ନିଜ ଭୋଟର ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରି ଆବଶ୍ୟକ ସଂଶୋଧନ କରାଇବାକୁ ପରାମର୍ଶ ଦିଆଯାଇଥିଲା।
ଶିବିରରେ ଗ୍ରାମବାସୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହେବା ଏବଂ ତାଲିକାରେ ଥିବା ତ୍ରୁଟିଗୁଡ଼ିକର ସଂଶୋଧନ ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଆହୁରି ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି
