*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଜଳଛତ୍ର ରେ ଜଳ ବଣ୍ଟନ କାର୍ଯ୍ୟକ୍ରମ ବନ୍ଦ ପଡ଼ି ଥିବା ବେଳେ ଅଞ୍ଚଳ ବାସୀ ପୁନଃ ଜଳ ବଣ୍ଟନ କାର୍ଯ୍ୟକ୍ଷମ ପାଇଁ ଦାବୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୩.୦୬.
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଜଳଛତ୍ର ବନ୍ଦ ପୁନଃ କାର୍ଯ୍ୟକ୍ଷମ ପାଇଁ ଅଞ୍ଚଳବାସୀଙ୍କ ଦାବି ଖଡ଼ିଆଳ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍ଥାନୀୟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଖୋଲାଯାଇଥିବା ଜଳଛତ୍ରଟି ଦୀର୍ଘ ଦିନ ହେବ ବନ୍ଦ ପଡ଼ିଛି। ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଶତାଧିକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏବଂ ଜଳ ବଣ୍ଟନ କାର୍ଯ୍ୟକ୍ରମକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।
ତ୍ରାହି ନାହିଁ ଖରାରୁ ପ୍ରବଳ ଗ୍ରୀଷ୍ମ ଲହରୀ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି।ଅଚଳ ଜଳଛତ୍ର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଜଳଛତ୍ରରେ ପାଣି ମିଳୁ ନଥିବାରୁ ଏହା କେବଳ ଏକ କଙ୍କ୍ରିଟ୍ ଢାଞ୍ଚାରେ ପରିଣତ ହୋଇଛି।
ଶୋଷିଲା ରୋଗୀ ଓ ସମ୍ପର୍କୀୟ: ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀ ଓ ସେମାନଙ୍କ ସହଯୋଗୀମାନେ ବାଧ୍ୟ ହୋଇ ଚଢ଼ା ଦାମରେ ପାଣି ବୋତଲ କିଣୁଛନ୍ତି।ଜନସାଧାରଣଙ୍କ ଅସନ୍ତୋଷ
ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଲୋକଙ୍କୁ ପ୍ରବଳ ଖରାରେ ପାନୀୟ ଜଳ ଯୋଗାଇବା ପାଇଁ ଏହି ଜଳଛତ୍ର ପ୍ରତିଷ୍ଠା କରାଯାଇଥିଲା। ମାତ୍ର ପ୍ରଶାସନିକ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ଏହା ବନ୍ଦ ହୋଇପଡ଼ିଛି। ଡାକ୍ତରଖାନା ପରି ଏକ ସମ୍ବେଦନଶୀଳ ସ୍ଥାନ ସମ୍ମୁଖରେ ଏଭଳି ପରିସ୍ଥିତି ସ୍ଥାନୀୟ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତୁରନ୍ତ ସମାଧାନ ପାଇଁ ଦାବି
ଯଦି ଆଗାମୀ ଦିନରେ ଏହି ଜଳଛତ୍ରକୁ ପୁନଃ କାର୍ଯ୍ୟକ୍ଷମ କରା ନଯାଏ, ତେବେ ଜନ ଆନ୍ଦୋଳନ ମେଣ୍ଟ ମୁଣ୍ଡେଇବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଜଳ ବଣ୍ଟନ ବ୍ୟବସ୍ଥା ସ୍ଵାଭାବିକ କରିବାକୁ ସାଧାରଣରେ ଦାବି ହେଉଛି।
