*ଖଡ଼ିଆଳ ସହର ମୁଖ୍ୟ କେନାଲ୍ ନିକଟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ବାସଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି, ନିର୍ମାଣ କାର୍ଯ୍ୟ ଶେଷ କେବେ ହେବ ନେଇ ପ୍ରଶ୍ନବାଚୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୩.୦୫.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମୁଖ୍ୟ କେନାଲ୍ ନିକଟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ ବାସଗୃହ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି। ନିର୍ମାଣ କାର୍ଯ୍ୟ ଶେଷ କେବେ ହେବା ନେଇ ପ୍ରଶ୍ନବାଚୀ। ନିର୍ମାଣକାରି ସଂସ୍ଥା ଙ୍କ ମନୋବୃତ୍ତି ଏବଂ କାର୍ଯ୍ୟ ଅଗ୍ରତି ନେଇ ପୂର୍ଣ୍ଣାଙ୍ଗ ରୂପେ ହେବା ସହ ଅତିରିକ୍ତ ଜିଲ୍ଲା ଦୌରା ଜଜ ବାସଗୃହ କେବେ ଶେଷ ହେବ। ଲକ୍ଷାଧିକ ଅର୍ଥି ବରାଦ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିବା ଏକ କାର୍ଯ୍ୟର ବିଫଳତା ଅଟେ। ତେଣୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଲୋକଙ୍କ ବିଭାର ଯୋଗ୍ୟ କରିବାକୁ ବିଶେଷ ଅନୁରୋଧ ଅଟେ। ଏହି ବାସଗୃହ କୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ବେଳେ ପାଚେରୀ ନିର୍ମାଣ, ସଡ଼କ ନିର୍ମାଣ କାର୍ଯ୍ୟ ବାକି ରହିଅଛି। ନିର୍ମାଣ କାରି ସଂସ୍ଥା ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଆବଶ୍ୟକ ପଦକ୍ଷେପ ପାଇଁ ଅନୁରୋଧ।
