ଜଙ୍ଗଲକୁ ଡ଼ାକିନେଇ ସ୍ତ୍ରୀକୁ ହତ୍ୟା, ବାପା କଲେ ଥାନାରେ ଅଭିଯୋଗ
କାମାକ୍ଷାନଗର,କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ ନଂ କଲୋନୀ ର ପତ୍ନୀକୁ ସ୍ୱାମୀ ଜଙ୍ଗଲକୁ ଡ଼ାକିନେଇ ମାଡ଼ ମାରି ହତ୍ୟା କରିଥିବାର ବାପା ଥାନାରେ କରିଛନ୍ତି ଅଭିଯୋଗ l କଣ୍ଟାପାଳ ୪ ନଂ କଲୋନୀର ସ୍କୁସୁ ମୁଣ୍ଡା କାମାଖ୍ୟାନଗର ଥାନା ଅନ୍ତର୍ଗତ ଚୁଳିଆ ମୁଣ୍ଡା ସାହିର ଚରଣ ବିରୁଆଙ୍କ ଝିଅ ସଂଜୁକୁ ବିବାହ କରିଥିଲେ l ବିବାହ ପରେ ବିଭିର୍ନ୍ନ ସମୟରେ ସ୍ୱାମୀ ସ୍କୁସୁ ପତ୍ନୀ ସଂଜୁ କୁ ମାଡ଼ ମାରି ଆସୁଥିଲା l ଶନିବାର ସ୍ୱାମୀ ସ୍କୁସୁ ପତ୍ନୀ ସଂଜୁ କୁ ଜଙ୍ଗଲକୁ ଡାକି ନେଇ ମାଡ଼ ମାରି ହତ୍ୟା କରି ଦେଇଥିଲା l ଖବରପାଇ ବାପା ଚରଣ କଙ୍କଡ଼ାହାଡ଼ ଥାନାରେ ପହଞ୍ଚି ତାଙ୍କ ଝିଅ ସଂଜୁ କୁ ଜ୍ୱାଇଁ ହତ୍ୟା କରି ଜଙ୍ଗଲରେ ପକାଇ ଦେଇଥିବାର ଲିଖିତ ଅଭିଯୋଗ କରିଥିଲେ l ଏହି ଅଭିଯୋଗ କ୍ରମେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂଜୁ ର ମୃତ ଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରି ସ୍ୱାମୀ ସ୍କୁସୁ କୁ ଥାନାରେ ଅଟକ ରଖିଛି l
