ଜନ ଆକ୍ରୋଶ ମହିଳା ପଦଯାତ୍ରା l ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଗନ୍ଦିଆ ଏକ ନମ୍ବର ଜୋନ ମହିମା ମଣ୍ଡଳରେ ବିଜେପିର ଜନ ଆକ୍ରୋଶ ପଦଯାତ୍ରା ବିଜେଡି, କଂଗ୍ରେସ, ମହିଳା ବିରୋଧୀ ଓଡିଶା ଜନମତ l ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) 17-05:ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ର ଏକ ନମ୍ବର ଜୋନ ମହିମା ମଣ୍ଡଳରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ନାଁ ରେ ଏକ ବିଶାଳ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଚ୍ଛି l ବାଇଶିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଜିଲ୍ଲା ସଭାପତି ମାନ୍ୟବର ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱ ରେ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିବା ସମୟରେ ହାତରେ ବିରୋଧୀ ଦଳଙ୍କ ମହିଳା ବିରୋଧୀ ନୀତି ଲେଖା ପ୍ଲାକାର୍ଡ ଧରି ବିଜେଡି, କଂଗ୍ରେସ,ଇଡି ମେଣ୍ଟ ବିରୋଧୀ ସ୍ଲୋଗାନ ଦେଇ ଦେଇ ବାଇଶିଆ ଶିବ ମନ୍ଦିର ପର୍ଯନ୍ତ ଆସିଥିଲେ l ପରେ ସେଠାରେ ଏକ ପଥ ପ୍ରାନ୍ତ ସଭାରେ ମୋଦି ସରକାର ମହିଳାଙ୍କ ସଶକ୍ତିକରଣ ଓ ବିଜେଡି କଂଗ୍ରେସ ଓ ଇଡି ମେଣ୍ଟ କିଭଳି ମହିଳା ବିରୋଧୀ ତଥ୍ୟ ଭିତ୍ତିକ ସାମ୍ୟକ ସୂଚନା ଦେଇଥିଲେ, ଅମ୍ବିକା ପ୍ରସାଦ ମିଶ୍ର, ସୁରେଶ ରାଉତ, ପ୍ରଭାତ ଦେହୁରୀ, ମଣ୍ଡଳ ସଭାପତି ପ୍ରତାପ ନାଥ, ଯୋରନ୍ଦା ସରପଞ୍ଚ ଶ୍ରୀମତୀ ଆରତୀ ନାୟକ, ବାଇଶିଆ ସରପଞ୍ଚ ଶ୍ରୀମନ୍ତୀ ଅର୍ଣ୍ଣପୂର୍ଣ୍ଣା ବେହେରା, ଜିଲ୍ଲା ନାରୀ ନେତ୍ରୀ ମମତା ସ୍ୱାଇଁ ଓ ସମସ୍ତ ମହିଳା ମାନଙ୍କୁ ବ୍ୟବସ୍ଥିତି ଢଙ୍ଗରେ ଗ୍ରାମ ପରିକ୍ରମା କରି ବିଜେପିର ପଦଯାତ୍ରାରେ ଶହଶହ ମହିଳା ସମିଲି ହେଵା ଘଟଣା ବିଜେପି ନେତା ଶ୍ରୀଯୁକ୍ତ ଲେକାଙ୍କୁ ଶକ୍ତି ବୃଦ୍ଧିର ନିଦର୍ଶନ ବୋଲି କୁହାଯାଉଛି l ପଞ୍ଚାୟତ ନିର୍ବାଚନ ପାଇଁ ଏହି ପଦଯାତ୍ରା କର୍ମୀଙ୍କ ମଧ୍ୟରେ ବହୁତ ବଳ ଓ ଉତ୍ସାହ ଆଣିଦେଇଛି l ଜୟ ଶ୍ରୀରାମ
