ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ଆର୍ଟ ଅଫ୍ ଗିଭିଂ” ପାଳିତ (୪୦୦ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅନ୍ନ ବଣ୍ଟନ)
——————————————–
ବାରିପଦା – ତା – ୧୮/୦୫/୨୦୨୬ ରିଖ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆନ୍ତର୍ଜାତୀୟ ‘ଆର୍ଟ ଅଫ୍ ଗିଭିଂ’ (ଦାନର କଳା) ଦିବସ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାଳିତ ହୋଇଯାଇଛି। କିସ୍ ଓ କିଟର ପ୍ରତିଷ୍ଠାତା ତଥା ଜନଜାତିର ଜନନାୟକ ଡ. ଅଚ୍ୟୁତ ସାମନ୍ତଙ୍କ ମହତ୍ ଆଦର୍ଶ ଓ ଦର୍ଶନରେ ଅନୁପ୍ରାଣିତ ହୋଇ କିସ୍ ପ୍ରାକ୍ତନ ଛାତ୍ର ସଂସଦ ପକ୍ଷରୁ ଏହି ସେବାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚଳିତ ବର୍ଷର ମୂଳମନ୍ତ୍ର “ଶେୟାର୍ ଟୁ ସାଇନ”କୁ ପାଥେୟ କରି ଡାକ୍ତରଖାନା ପରିସରରେ ୪୦୦ରୁ ଅଧିକ ରୋଗୀଙ୍କ ସମ୍ପର୍କୀୟ ଏବଂ ଦୂରଦୂରାନ୍ତରୁ ଆସିଥିବା ପରିଦର୍ଶକମାନଙ୍କୁ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ସ୍ୱାଦିଷ୍ଟ ଅନ୍ନ ବଣ୍ଟନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଅମର ସେଠୀ ଏବଂ ମଙ୍ଗଳ ହାଂସଦା ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଡ. ସାମନ୍ତଙ୍କ ‘ଆର୍ଟ ଅଫ୍ ଗିଭିଂ’ର ବାର୍ତ୍ତା ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ I
କାର୍ଯ୍ୟକ୍ରମରେ କିସ୍ର ପୁରାତନ ଛାତ୍ରଛାତ୍ରୀ ତରଣୀସେନ ନାୟକ, ମୀରାରାଣୀ ହେମ୍ବ୍ରମ, ଘାସିରାମ ମାଝୀ, ଅର୍ଜୁନ ସିଂହ, ଖିରୋଦ ହେମ୍ବ୍ରମ, ଗଜେନ୍ଦ୍ର ବାସ୍କେ, ଲଖାଇ ଟୁଡୁ, ରୋହିତ କୁମାର ନାୟକ, ଅଶୋକ ହାଂସଦା, ମଳୟ କାନହାର ଏବଂ ଦିବ୍ୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ହାତରେ ରୋଗୀଙ୍କ ସେବା କରିଥିଲେ I ଏଥିସହିତ ଅଞ୍ଚଳର ଶୁଭେଚ୍ଛୁ ରଞ୍ଜିତ ରାଉତ, ଚନ୍ଦନ ସିଂହ ଓ ଜୟଦେବ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ I ପ୍ରକାଶଥାଉକି ୨୦୧୩ ମସିହା ମେ ମାସ ୧୭ ତାରିଖରେ ପ୍ରତିଷ୍ଠା ହୋଇଥିବା ଏହି ଆନ୍ତର୍ଜାତୀୟ ସଂଗଠନ ଆଜି ବିଶ୍ୱର ୧୨୦ ରୁ ଅଧିକ ଦେଶରେ ନିଜର ମହତ୍ କାର୍ଯ୍ୟ ଜାରି ରଖିଛି I ନିଜର ସୁଖ ଓ ସମୟକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ସମାଜରେ ହସ ଫୁଟାଇବା ହିଁ ଏହି ଦିବସର ମୂଳ ଲକ୍ଷ୍ୟ ବୋଲି ଆୟୋଜକମାନେ ପ୍ରକାଶ କରିବା ସହ ପ୍ରେରଣାର ଉତ୍ସ ଡ. ଅଚ୍ୟୁତ ସାମନ୍ତଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ I
