*ଛତିସଗଡ ମେନପୁର ବନ ବିଭାଗ ର ଅମାନୁଷିକ ଦାଦାଗିରୀ , ଅପହରଣ ପରେ ନିଆଯ୍ୟାତନା । ୬୧ ବର୍ଷୀୟ ପୀଡିତ ବୃଦ୍ଧ ବୋଡ଼େନ ଥାନାର ଦ୍ବାରସ୍ଥ ।*
ନୂଆପଡ଼ା (ମିଖାଏଲ ନନ୍ଦ)
ତା ୧୫/୦୫
ନୂଆପଡା ଜିଲ୍ଲା ବୋଡେନ ଥାନା ଅଧୀନସ୍ଥ କୁସୁମଖୁଣ୍ଟା ଗାଁ ର ଜଲନ୍ଦର ବଗର୍ତି ନାମକ ଜଣେ ନୀରିହ ଗରିବ ଲୋକ କୁ ଏକୁଟିଆ ହଲ ଚରାଉଥିବା ସମୟରେ ଛତିଶଗ଼ଡ ମୟେନପୁର ବନ ବିଭାଗ କର୍ମଚାରୀ ଅପହରଣ କରି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।ଛତିସଗଡ ମେନପୁର ବନ ବିଭାଗ କର୍ମଚାରୀ କଂ ମାଡ ରେ ଜଲନ୍ଦର ବଗର୍ତି ଗୁରୁତ୍ତର ଭାବ ରେ ଆହାତ ହୋଇଛନ୍ତି ।ଚଳିତ ମାସ ୧୦ ତାରିଖ ରବିବାର ଅପରାହ୍ନ ୩ଟା ସମୟରେ ବୋଡେନ ଥାନା କୁସୁମଖୁଣ୍ଟା ଗାଁ ର ଜଲନ୍ଦର ବଗର୍ତି ନାମକ ବ୍ୟକ୍ତି ନିଜ ଗାଁ ନିକଟସ୍ଥ ଚାଷ ଜମି ନିକଟ ରେ ଗାଇ ଚରାଉଥିଲେ ।ଛତିସଗଡ ମେନପୁର ର ବନ ବିଭାଗ କର୍ମଚାରୀ ମାନେ ଦୁଇ ଗୋଟି କଲା ରଗଂ ର ବୁଲେରୋ ଗାଡି CG 02F 0198 ଓ CG 02F 0177 ଯୋଗେ ବୋଡେନ ଥାନା ର କୁସୁମଖୁଣ୍ଟା ଗାଁ କୁ ଆସିଥିଲେ ।ଛତିସଗଡ ବନ ବିଭାଗ କର୍ମଚାରୀ ମାନେ ହିଗୁଂଲ ବଛା ନାମକ ଯୁବକ କୁଂ ବାଘ ଛାଲ ବିକ୍ରି କରୁଥିବା ସଂପର୍କ ରେ ପଚାରି ବୁଝିଥିଲେ ।ହେଲେ ଛତିସଗଡ ବନ ବିଭାଗ କର୍ମଚାରୀ ମାନେ ହିଗୁଂଲ ବଛା କୁ ନେବା ବଦଳ ରେ ଭୁଲ ରେ ଜଲନ୍ଦର ବଗର୍ତି କୁ ହିଗୁଂଲ ବଛା ବୋଲି ଭାବି କାହାରିକୁ ନ ଜଣାଇ ଗାଡି ରେ ଅପହରଣ କରି ନେଇଯାଇଥିଲେ ।ଛତିସଗଡ ର ମେନପୁର ବନ ବିଭାଗ କାଯ୍ୟାଳୟ ରେ ଜଲନ୍ଦର ବଗର୍ତି କୁ ବିନା କାରଣ ରେ ଉଲଗ୍ନ କରି ତାଂକ ପିଚା ପଟେ ନିସ୍ତୁକ ମାଡ ମାରିଥିଲେ ।ବନ ବିଭାଗ ର ମାଡ ରେ ଜଲନ୍ଦର କଂ ପିଚା ଫୁଲି ଯାଇଥିବାବେଳେ କଲା ହୋଇ ଫୋଟକା ହୋଇ ଯାଇଛି ।ଛତିସଗଡ ବନ ବିଭାଗ ତଦନ୍ତ ପରେ ଜଲନ୍ଦର ନିର୍ଦୋଶ ବୋଲି ଜାଣିବା ପରେ ଛାଡି ଦେଇଛନ୍ତି ।ଆହାତ ଜଲନ୍ଦର ବଗର୍ତି ଛତିସଗଡ ବନ ବିଭାଗ କର୍ମଚାରୀ କଂ ବିରୁଦ୍ଦ ରେ ବୋଡେନ ଥାନା ରେ ଏକ ମାମଲା ଦାୟର କରି ତାକୁଂ ନ୍ୟାୟ ପ୍ରଦାନ କରାଯାଉ ବୋଲି କହିଛନ୍ତି ।ଅପରପକ୍ଷେ କେରାପଦର ଗାଁ ର ସମାଜସେବୀ ତଥା ପୁର୍ବତନ ସମିତି ସଭ୍ୟ ଶୌଦାଗର ସାହୁ ମେନପୁର କୁ ଯାଇ ବନ ବିଭାଗ କର୍ମଚାରୀ ମାନକୁଂ ଭେଟି ଘଟଣା ତଦନ୍ତ କରି ଦୋଷୀ ବିରୁଦ୍ଦ ରେ ଦୃଢ କାଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ବୋଡେନ ପୋଲିସ କୁ ଦାବୀ କରିଛନ୍ତି । ତଦନ୍ତ ପରେ ପୀଡିତ ବୃଦ୍ଧ କୁ କଣ ନ୍ୟାୟ ଓ ଦୋଷୀ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
