ରାସ୍ତା ରୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲା ବାଳକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦିକ୍ଷୀତ, ନିପ୍ର)::: ସୋର କଲେଜ ଛକ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ କାର କୁ ଧକା ଦେବା ସହିତ ଏକ ଘର ଭିତରକୁ ପଶିଯାଇଛି। କିନ୍ତୁ ସୈଭାଗ୍ୟ ବସତଃ ଏକ ବଡ ଧରଣର ଦୁର୍ଘଟଣା ବର୍ତି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ଡବ୍ଲୁ ବି ୩୭ ଜି ୨୩୨୧ ନମ୍ବର ବିଶିଷ୍ଟ ଏକ ଟ୍ରକ କଲିକତାରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକରେ ରାସ୍ତା ତଳକୁ ଖସିଥିଲା। ଏହି ସମୟରେ ଛିଡା ହୋଇଥିବା ଏକ କାରକୁ ଧକା ଦେବା ସହ ପାଖରେ ଥିବା ଏକ ଘରକୁ ଧକା ଦେବାରୁ ଘରର କାନ୍ଥ ଭାଙ୍ଗିଥିଲା। ଉଲ୍ଲେଖଯୋଗ୍ୟ କି ଏଣ୍ଡ କା କାଫେ ର ମାଲିକ ଙ୍କ ଜିବନ ସଂଗ୍ରାମ ପାଣି ଙ୍କ ଭଣଜା ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଂଚି ଟ୍ରକକୁ ଜବତ କରିବା ସହିତ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
