*ନୂଆପଡ଼ା ଜିଲ୍ଲା ପେଟ୍ରୋଲ ପମ୍ପ ରେ କୃତିମ୍ ଅଭାବ, ବାଇକ୍ ଆରୋହୀ ପେଟ୍ରୋଲ ଭରିବା ନେଇ ବ୍ୟାପକ ସମସ୍ୟା*
ନୂଆପଡା(ମିଖାଏଲ ନନ୍ଦ)
ତ:୧୫.୦୫.
ନୂଆପଡ଼ା ଜିଲ୍ଲା ସମସ୍ତ ପେଟ୍ରୋଲ ପମ୍ପ ରେ ଡିଜେଲ ଏବଂ ପେଟ୍ରୋଲ କୃତିମ୍ ଅଭାବ ଦେଖାଯାଉଅଛି। ତେଣୁ ବାଇକ୍ ଆରୋହୀମାନେ ପେଟ୍ରୋଲ ଭରିବା ନେଇ ବ୍ୟାପକ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ପେଟ୍ରୋଲ ଡିଜେଲ ଅଭାବ ଏକ ମନୁଷ୍ୟ କୃତ ଅଭାବ ଅଟେ। ତେଣୁ ଏହାର ଆବଶ୍ୟକ ତଦନ୍ତ କରିବାକୁ ଆହ୍ୱାନ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କୃତ୍ରିମ ଅଭାବ ନେଇ ଭାରତ ବାସୀଙ୍କୁ ସୂଚିତ କରିଥିବା ବେଳେ ଡିଜେଲ ପେଟ୍ରୋଲ କମ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ। ସେହିପରି ସୁନା ଗହଣା କୌଣସି ପର୍ବପର୍ବାଣୀ ରେ ମଧ୍ୟ କ୍ରୟ ନ କରିବାକୁ ଅନୁରୋଧ କରିଥିଲେ। ତେଣୁ ପେଟ୍ରୋଲ ଡିଜେଲ ଅଭାବ ସୂଚନା ଦେଇଥିବା ଅଞ୍ଚଳ ବାସୀ ସହୃଦୟତା ସହ ଗ୍ରହଣ କରିଥିବା ବେଳେ ଏହା ଏକ ଆନ୍ତର୍ଜାତିକ ସମସ୍ୟା ଅଟେ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କାତାନ ରୁ ଦେଖା ଯାଇଥିବା ସମସ୍ୟା କୁ ଭାରତବାସୀ ଅତି ସୁନ୍ଦର ଭାବରେ ସମ୍ମୁଖୀନ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।କୋଭିଡ ସମସ୍ୟାର ସରକାରଙ୍କୁ ସମର୍ଥନ କରିଥିବା ବେଳେ ଏହି ସମସ୍ୟା ରେ ମଧ୍ୟ ଭାରତ ଏକତ୍ର ଭାବରେ ସମ୍ମୁଖୀନ କରିବ ବୋଲି କହିଛନ୍ତି।କଡେଖାଯାଇଥିବା ସମସ୍ୟାକୁ ସମାଧାନ ପାଇଁ ଆହ୍ୱାନ କରିଛନ୍ତି।
